www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନରେ ମହିଳାଙ୍କୁ ବିବାହ ଓ ପିଲାଛୁଆ ସମ୍ପର୍କରେ ପଚାରିବା ମନା

ବେଜିଂ : ଚାକିରି ଆଶାୟୀ କିମ୍ବା ବୃତ୍ତିଧାରୀ ମହିଳାଙ୍କୁ ସେମାନଙ୍କ ବୈବାହିକ ସ୍ଥିତି କିମ୍ବା ପିଲାଛୁଆ ସମ୍ପର୍କରେ ନ ପଚାରିବାକୁ ଚୀନ୍‌ ସରକାର କଡ଼ା ଆଦେଶ ଦେଇଛନ୍ତି। କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବାଛବିଚାର ଦୂର କରିବା ନିମନ୍ତେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି; କାରଣ ଏହି କାରଣରୁ ବହୁ ମହିଳା ଚାକିରି ଛାଡ଼ି ଦେଉଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ଯେ ଦେଶର ସମ୍ବିଧାନରେ ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦିଆଯାଇଛି। ଏହା ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଲିଙ୍ଗଗତ ବାଛବିଚାରର ଖବର ମିଳିଲେ କଠୋର ଦଣ୍ଡବିଧାନ କରାଯିବ। ଦେଶର ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା ନିଯୁକ୍ତ ବିଜ୍ଞାପନରେ ପୁରୁଷଙ୍କୁ ପ୍ରାଧାନ୍ୟ ଦିଆଯିବାର ସର୍ତ୍ତ ରଖୁଛନ୍ତି। ଏମିତି କି ଜାତୀୟ ପ୍ରଶାସନିକ ସେବାରେ ମଧ୍ୟ ଏଭଳି ସର୍ତ୍ତ ରଖାଯାଉଛି। ୨୦୧୮ରେ ପ୍ରକାଶିତ ୫ଟି ବିଜ୍ଞାପନ ମଧ୍ୟରୁ ଗୋଟିଏରେ ‘କେବଳ ପୁରୁଷ’ ବା ‘ପୁରୁଷଙ୍କୁ ଅଗ୍ରାଧିକାର’ ଦିଆଯିବ ବୋଲି ଉଲ୍ଲେଖ ଥିଲା। ଆଉ କିଛି ବିଜ୍ଞାପନରେ ‘ସୁନ୍ଦରୀ’ଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଦର୍ଶାଯାଇଥିଲା। ଆନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକ ଏହାର ପ୍ରତିବାଦ କରିଥିଲେ। ନୂଆ ନିର୍ଦେଶାବଳୀ ଅନୁଯାୟୀ, ଏଭଳି ବିଜ୍ଞାପନ ଦେଉଥିବା ଓ ଲିଙ୍ଗଗତ ପ୍ରଭେଦ ଦର୍ଶାଉଥିବା ସଂସ୍ଥା ଏ ବାବଦରେ ସର୍ବନିମ୍ନ ୭୪୦୦ ଡଲାର ଜରିମାନା ଦେବେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories