www.samajalive.in
Tuesday, December 9, 2025
26.1 C
Bhubaneswar

ଠିକା ବାତିଲ ପରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଚାଇନା କମ୍ପାନୀ

ନୂଆଦିଲ୍ଲୀ: ଗଲୱନ୍‌ରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁ ଚାଇନା କମ୍ପାନୀକୁ ମିଳିଥିବା ରେଳବାଇର ଠିକା କାର୍ଯ୍ୟ ବାତିଲ ହୋଇଛି। ରେଳବାଇ କମ୍ପାନୀ ସହ ଏ ନେଇ କରିଥିବା ଚୁକ୍ତିକୁ ବାତିଲ କରିସାରିଛି। ଶନିବାର ଏହି ପ୍ରସଙ୍ଗରେ ଚାଇନା କମ୍ପାନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

ସୂଚନାଯୋଗ୍ୟ, କାନପୁର ଏବଂ ମୋଗଲସରାଇ ମଧ୍ୟରେ ଇଷ୍ଟର୍ଣ୍ଣ ଡେଡିକେଟେଡ୍‌ ଫ୍ରେଟ କରିଡରର କାର୍ଯ୍ୟ ଏହି ଚାଇନା କମ୍ପାନୀକୁ ମିଳିଥିଲା। ପ୍ରକଳ୍ପ ନେଇ ଚୁକ୍ତି ବାତିଲ ପରେ କମ୍ପାନୀ ରେଳବାଇ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଛି।୨୦୧୬ରେ ବେଜିଂ ନ୍ୟାସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ୍‌ ଡିଜାଇନ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ସେହି ପ୍ରକଳ୍ପ କାର୍ୟ୍ୟ ଦିଆଯାଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୪୭୧ ​କୋଟି ଟଙ୍କା ରହିଥିଲା। ୪୧୭ କି.ମି. ଦୂରତ୍ବ ବିଶିଷ୍ଟ ଏହି ପ୍ରକଳ୍ପ କାର୍ୟ୍ୟ ସମ୍ପୂଣ୍ଣ କରିବାକୁ କମ୍ପାନୀକୁ ୨୦୧୯ ଯାଏ ସମୟ ସୀମା ଦିଆଯାଇଥିଲା। ପ୍ରକଳ୍ପର ସିଗ୍‌ନାଲ ଏବଂ ଦୂରସଞ୍ଚାର କାର୍ୟ୍ୟ ଧୀମା ହେବା ଯୋଗୁ କମ୍ପାନୀର ଏହି ଚୁକ୍ତି ବାତିଲ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories