www.samajalive.in
Monday, December 8, 2025
14.1 C
Bhubaneswar

ଚିଲିକା ଉପରେ ସିପ୍ଲେନ ଉଡାଣ ପ୍ରସଙ୍ଗ; ତୃତୀୟ ମହଲାକୁ ବୈଜୟନ୍ତଙ୍କ ଟାର୍ଗେଟ

ଭୁବନେଶ୍ବର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଉଡାଣକୁ ନେଇ ବିବାଦ ତେଜିବାରେ ଲାଗିଛି । ଚିଲିକା ପରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି । ବେଆଇନ ଉଡାଣକୁ ନେଇ ଇମ୍ଫା କର୍ତ୍ତୃପକ୍ଷଙ୍କ ସମେତ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡିଛି ।

- Advertisement -

ଅଭିଯୋଗ ଅନୁଯାୟୀ ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପଣ୍ଡାଙ୍କ ସହ ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କ ଥିଲେ । ସେମାନଙ୍କୁ ବୈଜୟନ୍ତ ପଣ୍ଡା ପୁରୀ, କୋଣାର୍କ ସହ ଚିଲିକାର ପ୍ରାକୃତିକ ଦୃଶ୍ୟ ଆକାଶମାର୍ଗରୁ ଦେଖାଉ ଥିଲେ । ତେବେ ଶ୍ରୀମନ୍ଦିର ଓ କୋଣାର୍କ ବୁଲିବାର ଭିଡିଓ ଏବଂ ଫଟୋ ଅଭିଜିତ ଆୟାର ନିଜ ଟ୍ବିଟରେ ସେୟାର କରି ଲେଖିଛନ୍ତି ଯେ, ଶ୍ରୀମନ୍ଦିର ଉପରୁ ମୋର ସ୍ତ୍ରତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ । ମନ୍ଦିର ଚାରିପଟେ ରହିଥିବା ସହର ଗୁଡିକ ବିଷୟରେ ମଧ୍ୟ ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଏହି ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା ଟ୍ବିଟ୍ କରି ତୃତୀୟ ମହଲାକୁ ଟାର୍ଗେଟ କରି ଲେଖିଛନ୍ତି ଯେ, ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବା ବେଳେ ତୃତୀୟ ମହଲା ଇଙ୍ଗିତରେ ଅଯଥାରେ ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ ପଣ୍ଡା ଲେଖିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ଥାନରେ ଏତଲା ଦିଆ ଯାଇଛି । ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ନେତାଙ୍କ ନାମରେ ମାମଲା ରୁଜୁ ପାଇଁ ଆବେଦନ ହୋଇଛି । ହେଲିକପ୍ଟରେ ଚିଲିକା ଉପରେ ଯାତ୍ରା କରିଥିବା ନେତାଙ୍କ ନାମରେ ମାମଲା ରୁଜୁ ପାଇଁ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି ।

ସୂଚନାଯୋଗ୍ୟ, ରବିବାରରେ ଚିଲିକା ହ୍ରଦରେ ସି ପ୍ଲେନ ଅବତରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏହା ସି-ପ୍ଲେନ ନୁହେଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ବୋଲି ପରେ ଜଣାପଡିଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଓ  ହାଙ୍ଗରକୁ ପୁଲିସ ଜବତ କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories