www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱାଦିଷ୍ଟ ଚିକେନ ମସଲା

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ପେଷା ଟମାଟୋ – ୧ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଟା ଗୋଲମରିଚ, ଜିରା, ଶୁଖିଲା ଲଙ୍କା , କଞ୍ଚା ଲଙ୍କା , ଗୁଜୁରାତି, ଲବଙ୍ଗ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ୨ ଚାମଚ
କସ୍ତୁରୀ ମେଥି – ୧ ଚାମଚ
ଗରମ ମସଲା – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଅଦା ରସୁଣ ବଟା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ , ଲେମ୍ବୁ ରସ ଗୋଳାଇ ୩୦ ମିନିଟ ରଖନ୍ତୁ। ଏହା ପରେ ଗ୍ୟାସରେ କୁକର ବସାଇ ତେଲ ଗରମ କରନ୍ତୁ। ତେଲରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଲୁଣ ପକାଇ କଷନ୍ତୁ। କିଛି ସସୟ କଷିବା ପରେ ଏଥିରେ ରଖିଥିବା ଚିକେନକୁ ପକାଇ କଷନ୍ତୁ। ଚିକେନ କଷି ହେବା ପରେ ଗୋଟା ଜିରା, କଞ୍ଚା ଲଙ୍କା , ଗୁଜୁରାତି, ଲବଙ୍ଗ,ଜିରା ଗୁଣ୍ଡ,ଗୋଲମରିଚ, ପାଣି ଦେଇ କୁକରରେ ଗୋଟେ ସିଟି ହେବା ପର୍ୟ୍ୟନ୍ତ ଗ୍ୟାସରେ ବସାନ୍ତୁ। ଗୋଟେ ସିଟି ହେବା ପରେ କସ୍ତୁରୀ ମେଥି, ଗରମ ମସଲା ପକାଇ ଗୋଳାଇ ୧ ମନିଟ ଗ୍ୟାସରେ ବସାନ୍ତୁ ଓ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ମସଲା। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories