www.samajalive.in
Saturday, December 13, 2025
14.1 C
Bhubaneswar

ଫିଟୁଛି ଗୁମର….., ପଟିଆଲା ହାଉସ କୋର୍ଟରେ ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍

ଭୁବନେଶ୍ବର : ବଡ଼ଘରର ଗୁମର ଖୋଲୁଛି….। ଏଭଳି ଏକ ବଡଘରର ଗୁମର ଦାଣ୍ଡରେ ପଡି ହାଟରେ ଗଡୁଛି। ଓଡ଼ିଶା ସିନେ ଜଗତର ଚର୍ଚ୍ଚିତ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଆନୁଭବ ମହାନ୍ତିଙ୍କ ପାରିବାରିକ ଜୀବନ ଏକ ନୂଆ ମୋଡ ନେଇଛି। ଅନୁଭବଙ୍କ ନାଁରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଭରଣପୋଷଣ ମାମଲା ରୁଜୁ ପରେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ବର୍ଷାଙ୍କ ବିରୋଧରେ ମଧ୍ୟ ଅନୁଭବ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି। ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି ଏହି ପିଟିସନ ଦାଖଲ କରିଥିବା ଜଣାପଡ଼ିଛି। ୪୭ ପୃଷ୍ଠାର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନିଜ ବ୍ୟକ୍ତିଗତ ଓ ବୈବାହିକ ଜୀବନର ଅନେକ ଗୋପନ କଥା ମଧ୍ୟ ଏହି  ପିଟିସନରେ ଉଲ୍ଲେଖ ଥିବା ଜଣା ପଡିଛି। ଯାହାକୁ ନେଇ ତାଙ୍କ ପ୍ରଶଂସକ ଓ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ବର୍ଷା ପ୍ରିୟଦର୍ଶନୀ, କଟକ ଏସଡ଼ିଜେଏମ୍ ଅଦାଲତରେ  ମାମଲା ରୁଜୁ କରିବା ପରେ ଅନୁଭବଙ୍କ ଏହି ପିଟିସନ ଦାଖଲ ମାମଲାର ଗମ୍ଭୀରତାକୁ ଆହୁରି ବଢାଇ ଦେଇଛି।

ସୂଚନା ଅନୁଯାୟୀ, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ। କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆସନ୍ତାକାଲି ଅର୍ଥାତ ସୋମବାର ଏହାର ଶୁଶାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।  ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ ୧୫କୋଟିର କ୍ଷତିପୂରଣ ଦାବି କରିଛନ୍ତି ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories