ଇଫକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଣ୍ଡିଆନ୍ ଫାର୍ମସ ଫର୍ଟିଲାଇଜର କୋଅପରେଟିଭ ଲିଃ (ଇଫକୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି। ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଇଫକୋର ବରିଷ୍ଠ ଅଧିକାରୀମାନେ ୧ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଇଫକୋ ପରିଚାଳନା ନିର୍ଦେଶକ ଉଦୟ ଶଙ୍କର ଅଗସ୍ତି, ନିର୍ଦ୍ଦେଶକ କେ. ଜେ. ପଟେଲ ଏବଂ ଲୋକସଂପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

prayash

ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଇଫକୋର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ୫-ଟି ସଚିବଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଉକ୍ତ ଅଧିକାରୀମାନେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧୧ ଲକ୍ଷ ଟଙ୍କା ଆଜି ଦାନ କରିଥିଲେ।

kalyan agarbati

Comments are closed.