ପେଟ୍ରୋଲ ସ୍କୁଟର ଦାମରେ ବଜାଜ ଆଣିଲା ଇ-ସ୍କୁଟର, ଚାର୍ଜ କଲେ ଯିବ ୧୨୩ କି.ମି.

ନୂଆଦିଲ୍ଲୀ : ବଜାଜ ଚେତକ ଦେଶରେ ଲୋକପ୍ରିୟ ଇଲେକ୍ଟ୍ରିକ୍ ସ୍କୁଟର ତାଲିକାରେ ସାମିଲ ହୋଇସାରିଛି । ଆର୍ଥିକ ବର୍ଷ ୨୦୨୪ରେ ଚେତକ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡି ତାଲିକାରେ ୪ର୍ଥ ସ୍ଥାନରେ ଥିଲା । ଏହାର ବଜାର ଭାଗିଦାରୀ ୧୧.୩୧ ପ୍ରତିଶତ ଥିଲା । ଏବେ ଏହାର ବିକ୍ରି ବଢାଇବା ପାଇଁ ବଜାଜ ୨୦୨୪ ଚେତକର ବେସ୍ ଭେରିଏଣ୍ଟ ନେଇଆସିଛି । ଏହାର ନୂଆ ଭେରିଏଣ୍ଟ ବହୁତ ଶସ୍ତା । ଏହାର ଦାମ୍ ୯୫,୯୯୮(ଏକ୍ସ-ଶୋରୁମ୍) ଟଙ୍କା ରଖିଛି କମ୍ପାନୀ ।

ଏହାକୁ କମ୍ପାନୀ ନାଲି, ଧଳା, କଳା, ବ୍ଲୁ ଏବଂ ଲେମନ ରଙ୍ଗରେ ଆଣିଛି । ଏହା ଭାରତରେ ୫୦୦ରୁ ଅଧିକ ଶୋରୁମରେ ଉପଲବ୍ଧ ହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟର ୧୨୩ କିମି ରେଞ୍ଜ ପ୍ରଦାନ କରିବ । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏହାର ଡିଜାଇନ ବହୁତ ଦମଦାର ଭାବେ ପ୍ରସ୍ତୁତ କରିଛି । ୧୫ ଜୁନରୁ ଏହାର ବିକ୍ରି ଆରମ୍ଭ ହେବ । କହିରଖୁଛୁ ପୂର୍ବରୁ ଚେତକର ଅନ୍ୟ ଭେରିଏଣ୍ଟ ମିଳୁଛି ଯାହାର ଦାମ୍ ଅଧିକ । ଚେତକ ଅର୍ବନ ଭେରିଏଣ୍ଟର ମୂଲ୍ୟ ୧.୨୩ ଲକ୍ଷ ଟଙ୍କା ହୋଇଥିବାବେଳେ ଚେତକ ପ୍ରିମିୟମର ଦାମ୍ ୧.୪୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ।

ମୋଦୀ କ୍ୟାବିନେଟରେ ସାମିଲ ହେଲେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

Comments are closed.