mission shakti banner

ସବୁ ସମସ୍ୟାର ସମାଧାନ ମହାଭିଯୋଗ ନୁହେଁ : ଜଷ୍ଟିସ୍‌ ଚେଲମେଶ୍ୱର

nua o banner
0

ନୂଆଦିଲ୍ଲୀ : ସବୁ ସମସ୍ୟାର ସମାଧାନ କିମ୍ବା ସବୁ ପ୍ରଶ୍ନର ଉତ୍ତର ମହାଭିଯୋଗ ନୁହେଁ, ଏଥିପାଇଁ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ପଡିବ ବୋଲି ସୁପ୍ରମିକୋର୍ଟ ବିଚାରପତି ଜଷ୍ଟିସ୍‌ ଚେଲମେଶ୍ୱର କହିଛନ୍ତି । ଏହାସହ ଅବସର ପରେ ସେ ଆଉ କୌଣସି ନିଯୁକ୍ତି ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଚେଲମେଶ୍ୱର କହିଛନ୍ତି ଯେ ଜୁନ୍‌ ୨୨ରେ ଅବସର ନେବାପରେ ସରକାରଙ୍କୁ ମୁଁ କୌଣସି ନିଯୁକ୍ତି ମାଗିବି ନାହିଁ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପରେ ଚେଲମେଶ୍ୱର ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି । ଜାନୁଆରୀ ୧୨ରେ ସେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ, ଜଷ୍ଟିସ୍‌ ଏମ୍‌ବି ଲୋକୁର ଏବଂ ଜଷ୍ଟିସ୍‌ କୁରିଏନ ଜୋସେଫଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଥିଲେ । ପ୍ରଧାନ ବିଚାରପତିଙ୍କ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ପ୍ରଧାନ ବିଚାରପତିଙ୍କ ପାଖରେ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବାର ଅଧିକାର ଅଛି । ସାମ୍ବିଧାନିକ ପ୍ରଣାଳି ଆଧାରରେ ଅଧିକାର ସହ କେତେକ ଦାୟିତ୍ୱ ବି ରହିଛି । ଦେଶ ମହାଭିଯୋଗକୁ ନେଇ କାହିଁକି ଏତେ ଚିନ୍ତିତ ବୋଲିି ସେ ପ୍ରଶ୍ନ କରିଥିଲେ । ବିରୋଧୀ ଦଳମାନେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ସଜବାଜ ହେଉଥିବାବେଳେ ଚେଲମେଶ୍ୱର ଏହି କଥା କହିଛନ୍ତି । ସେହିପରି ସୁପ୍ରିମକୋର୍ଟର କୌଣସି ପ୍ରଧାନ ବିଚାରପତି ମହାଭିଯୋଗର ସାମ୍ନା କରିନାହାନ୍ତି । ଆଉ ସବୁ ପ୍ରଶ୍ନର ଉତ୍ତର ଓ ସମସ୍ୟାର ସମାଧାନ ମହାଭିଯୋଗ ନୁହେଁ ବୋଲି ସେ କହିଥିଲେ ।

Leave A Reply