www.samajalive.in
Sunday, December 14, 2025
26.1 C
Bhubaneswar

ବଦଳିବ ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥା, ସମ୍ମେଟିଭ ପରିବର୍ତ୍ତେ ବାର୍ଷିକ ପରୀକ୍ଷା

କଟକ : ବଦଳିବ ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥା। ଏବେ ଆଉ ବର୍ଷକୁ ଦୁଇଟି ନୁହେଁ; ବରଂ ପୂର୍ବପରି ଗୋଟିଏ ବାର୍ଷିକ ଚୂଡ଼ାନ୍ତ ପରୀକ୍ଷା କରାଯିବ। କାର୍ଯ୍ୟକାରୀ କରାଯାଇଥିବା ନୂତନ ପରୀକ୍ଷା ପଦ୍ଧତି ଚଳିତବର୍ଷଠାରୁ ବନ୍ଦ ହେବ। ଏ ସଂକ୍ରାନ୍ତରେ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗଣ ଶିକ୍ଷା ବିଭାଗ ସଚିବ ଅଶ୍ବଥୀ ଏସ. ସୂଚନା ଦେଇଛନ୍ତି। ସେହିଭଳି ଦଶମ ଶ୍ରେଣୀରୁ ପାଠପଢ଼ା ଛାଡୁଥିବା ବା ଡ୍ରପ୍‌ ଆଉଟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ପାଠପଢ଼ିବା ଓ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଏଥିନିମନ୍ତେ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌‌ ଗଠନ କରାଯିବ ଓ ବୋର୍ଡ ପକ୍ଷରୁ ମଧ୍ୟ ପରାମର୍ଶଦାତା (କାଉନସିଲର)ମାନଙ୍କୁ ନିଯୁକ୍ତି ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ଭେଟି ଏହି ଦଳ ବୁଝାସୁଝା (କାଉନସେଲିଂ) କରିବେ। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ମଧ୍ୟ କାଉନସେଲିଂ କରାଯାଇ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରାଯିବ। ଗତବର୍ଷଠାରୁ ଏବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏଥର ୧୦,୯୩୯ ଜଣ ପରୀକ୍ଷା ଦେଇନାହାନ୍ତି। ତେଣୁ ଆହୁରି କିଭଳି ଏହି ସଂଖ୍ୟାକୁ ଆହୁରି ହ୍ରାସ କରାଯିବ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି।
୨୦୨୧- ୨୨ ଶିକ୍ଷାବର୍ଷରେ ନୂତନ ପରୀକ୍ଷା ଏବଂ ମୂଲ୍ୟାୟନ ନୀତିକୁ ବୋର୍ଡ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ନୂତନ ପାଠ୍ୟକ୍ରମ (ସିଲାବସ) ଅନୁଯାୟୀ ନବମ ଏବଂ ଦଶମ ଶ୍ରେଣୀର ଏକାଡେମିକ୍‌ ସେସନ ଓ ପାଠପଢ଼ା, ପରୀକ୍ଷା ପରିଚାଳନା ଓ କେଉଁ ପଦ୍ଧତିରେ ପରୀକ୍ଷାର ମୂଲ୍ୟାଙ୍କନ କରାଯିବ ଏହି ନୀତିରେ ଦର୍ଶାଯାଇଥିଲା। ୨ଟି ପର୍ଯ୍ୟାୟରେ ପାଠପଢ଼ା ହେଉଥିଲା। ଜୁଲାଇଠାରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଡିସେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଦ୍ୱିତୀୟ ପଯ୍ୟାୟ ଥିଲା। ଏହି ୨ଟି ପର୍ଯ୍ୟାୟରେ ୪ଟି ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ) ଓ ୨ଟି ସମ୍ମେଟିଭ ଆସେସ୍‌ମେଣ୍ଟ (ଏସଏ) ପରୀକ୍ଷା କରାଯାଉଥିଲା। ୨ଟି ସମ୍ମେଟିଭ ପରୀକ୍ଷାର ନମ୍ବରକୁ ୮୦ ପ୍ରତିଶତ ଓ ୪ଟି ଫର୍ମେଟିଭ୍‌ ପରୀକ୍ଷାର ମାର୍କକୁ ୨୦ ପ୍ରତିଶତ ଆଧାରରେ ମୂଲ୍ୟାଙ୍କନ ହେଉଥିଲା। ଏହି ପଦ୍ଧତିକୁ ଏବେ ବନ୍ଦ କରିଦିଆଯିବ। ପୂର୍ବବର୍ଷ ଭଳି କେବଳ ୬ ମାସରେ ଥରେ ଷାଣ୍ମାସିକ ପରୀକ୍ଷା ଏବଂ ଶେଷକୁ ବାର୍ଷିକ ପରୀକ୍ଷା କରାଯିବ। ଷାଣ୍ମାସିକ ପରୀକ୍ଷାର ମାର୍କକୁ ବାର୍ଷିକ ପରୀକ୍ଷାରେ ମୂଲ୍ୟାୟନ କରାଯିବ ନାହିଁ ବୋର୍ଡ ପକ୍ଷରୁ ଜଣାପଡିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories