ଝାଡାବାନ୍ତିରେ ୧୧ଛାତ୍ରୀ ଆକ୍ରାନ୍ତ, ୬ ଜଣଙ୍କ ଅବସ୍ଥା ଗୁରୁତର

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ସେବାଆଶ୍ରମରେ ଝାଡ଼ାବାନ୍ତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେବାଶ୍ରମ ର ୧୧ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଅନ୍ୟ ୫ଜଣ ଛାତ୍ରୀଙ୍କୁ ସେବାଶ୍ରମରେ ସ୍ବତନ୍ତ୍ର ଯତ୍ନ ନେଉଛନ୍ତି ସ୍ବାସ୍ଥ୍ୟ କର୍ମୀ। ଝାଡ଼ାବାନ୍ତିରେ ଆକ୍ରାନ୍ତ ଛାତ୍ରୀମାନେ ଅଷ୍ଟମ ଓ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।  ଖବର ପାଇ ମୋହନା ମେଡିକାଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ସେବାଶ୍ରମରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଛାତ୍ରୀଙ୍କୁ ଚିକିତ୍ସା କରିଛନ୍ତି।

prayash

ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଓ ପାନୀୟ ଜଳର ସଠିକ ବିଶୋଧନ ନହେବାରୁ ଏଭଳି ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରାଥମିକତା ଚିକିତ୍ସା କରୁଥିବା ଡାକ୍ତର ଗୋପାଳ କୃଷ୍ଣ ସାହୁ ସୁଚନା ଦେଇଛନ୍ତିଗତ ୨୮ତାରିଖରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବ ଅବସରରେ ଭୋଜିଭାତର ଆସରରେ ଛାତ୍ରୀମାନେ ଚିକେନ ଖାଇଥିଲେ । ଆଜି ମଧ୍ୟାହ୍ନରେ ଅଣ୍ଡା ତରକାରି ଖାଇଵା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

kalyan agarbati

Comments are closed.