ବଢୁଛି କଷି ପଣସ ଚାହିଦା: ଗଜପତିରୁ ବିହାର ଓ ଦିଲ୍ଲୀକୁ ହେଉଛି ରପ୍ତାନୀ
ଚାନ୍ଦିପୁଟ: ଗରୀବ ଘରର ହାଣ୍ଡିଶାଳ ହେଉ କିମ୍ବା ପଞ୍ଚତାରକା ହଟେଲରେ ସୁସ୍ବାଦିଷ୍ଟ ଖାଦ୍ୟରେ ପଣସ ବ୍ୟଞ୍ଜନର ରହିଛି ସ୍ବତନ୍ତ୍ର ସ୍ଥାନ। ପନିପରିବା ମଧ୍ୟରେ ରହିଥିବା କଷି ପଣିସ କ୍ରମଶଃ ସବୁରି ପ୍ରିୟ ଖାଦ୍ୟ ଭାବେ ଚାହିଦା ବୃଦ୍ଧି ପାଉଥିବା ବେଳେ ଏବେ ଗଜପତି ଜିଲାରେ ଆମଦାନୀ ହେଉଥିବା କ୍ବିଣ୍ଟାଲ କ୍ବିଣ୍ଟାଲ କଷି ପଣିଷ ରାଜ୍ୟ ତଥା ରାଜ୍ୟ ରାଜ୍ୟ ବାହାରକୁ ରପ୍ତାନୀ ହେଉଅଛି। ବର୍ଷକୁ ଥରେ ଫଳୁଥିବା ଏହି ରୁତୁ କାଳିନ ପରିବା ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲାର ବୃଦ୍ଧି ପାଇଛି ଫଳ। ପୂର୍ବରୁ ଏହାର ବ୍ୟବହାର ତଥା ଚାହିଦା କମ ଥିବା ହେତୁ ଗଛରେ ପାଚିଲା ଫଳ ହୋଇ ତଳେ ପଡି ନଷ୍ଟ ହେଉଥିଲା।
କିନ୍ତୁ ଏବେ ସ୍ଥାନେ ସ୍ଥାନେ ପଣିଷ କିଣିବା ପାଇଁ ଆଗ୍ରହୀ ବ୍ୟବସ୍ୟାୟୀ ମାନେ ବାହାରୁ ଆସି ମାଳ ମାଳ ଦୋକାନ ଖୋଲି ପଣିଷ କିଣି ନେଇ ବାହାରେ ବିକ୍ରୀ କରୁଛନ୍ତି। ଏହାଦ୍ବାରା ଅଞ୍ଚଳର ଚାଷୀମାନେ ପୂର୍ବ ଅପେକ୍ଷା ଭଲ ଦି ପଇସା ଲାଭବାନ ହେଉଥିବା ବେଳେ କଷ୍ଟ ଅପେକ୍ଷା ମୂଲ୍ୟ ଖୁବ କମ ମିଳୁଥିବା ହେତୁ ଦୁଃଖ ପ୍ରକାଶ କରୁଛନ୍ତି। ଗଜପତି ଜିଲାର ରାମଗିରି,ଜିରାଙ୍ଗ, ଶିଆଳିଲଟି, ମୋହନା, ଚାନ୍ଦିପୁଟ, ଆକିଲି, ମାଣିକପୁର ଅଞ୍ଚଳରେ ଅଧିକ ପଣିଷ ଗଛ ରହିଥିବା ବେଳେ ବ୍ୟବସ୍ୟାୟୀମାନେ କିଲୋ ପ୍ରତି ଦର ୧୫- ୧୮ ଟଙ୍କାରେ କିଣିନେଉଛନ୍ତି।
ଅପରପକ୍ଷେରେ ବଜାରରେ ତାହା ୫୦ ରୁ ୬୦ ଟଙ୍କା କିଲୋପ୍ରତି ଦରରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି। ତେବେ ସର୍ବାଧିକ ଆମଦାନୀ ହେଉଥିବା ରାମଗିରି ଓ ଆଖପାଖ ଅଞ୍ଚଳ ରା ଚାଷିଙ୍କ ପାଇଁ ଶୀତଳଭଣ୍ଡାର ର ସୁବିଧା ଥିଲେ ଚାଷୀ ମାନେ ଅଧିକ ଲାଭବାନ ହୋଇପାରିବା ସହ ଲୋକଙ୍କୁ ସୁବିଧାରେ ପଣିଷ ମିଳିପାରିବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଣିଷ ଗଛ ରୋପଣ ପାଇଁ ଚାଷୀଙ୍କୁ ପୁର୍ବରୁ ପ୍ରତ୍ସାହନା ଦିଆଯାଉଥିଲା କିନ୍ତୁ ଏବେ ତାହାର କୌଣସି ସୁବିଧା ମିଳୁନଥିବା ପ୍ରକାଶ କରିଛନ୍ତି। ଚାଷୀମାନେ ଅତୀ କଷ୍ଟରେ ଗଛରେ ଚଡି ପଣିସ ସଂଗ୍ରହ କରି ବିକ୍ରୀ ପାଇଁ ଆଣୁଥିବା ବେଳେ ଯାନବାହାନ ଖର୍ଚ୍ଚକୁ ସମାନ ହେଉଛି।
ତେଣୁ ସରକାର ଏହି ସମସ୍ୟାକୁ ଦୃଷ୍ଟି ରେ କୌଣସି ସୁବ୍ୟବସ୍ଥା କଲେ ଭବିଷ୍ୟତରେ ଅଧିକା ଲାଭବାନ ହୋଇପାରିବା ନେଇ ଆଶା ରଖିଛନ୍ତି ଅଞ୍ଚଳର ଚାଷୀମାନେ। ବିଶେଷ କରି ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାର ଅନେକ ପାହାଡିଆ ଗ୍ରାମାଞ୍ଚଳରେ ପଣିଷ ଛୋଟ ଛୋଟ ଆକାରରେ ଗଛ ଫଳୁଥିବା ବେଳେ ପଣିସ କୁ ସଂଗ୍ରହ କରି କାନ୍ଦୁଲ ସହ ପଣିସ ରେ ପ୍ରସ୍ତତ ତରକାରୀ ସମସ୍ତଙ୍କ ପ୍ରୀୟ ବ୍ୟଞ୍ଜନ ହୋଇଥିଲା। କିନ୍ତୁ ଛୋଟ ହଟେଲ ଓ ଭୋଜି ଭାତର ଆସରରେ ମଧ୍ୟ ପଣିସରେ ଅନେକ ବ୍ୟଞ୍ଜନ ତିଆରି କରାଯାଉଥିବା ଯୋଗୁଁ ବଡ ବଡ ଟ୍ରକରେ ପଲ୍ଲିୀରୁ ଦିଲ୍ଲୀ ଏବଂ ବିହାର ପ୍ରଦେଶକୁ ରପ୍ତାନୀ ହୋଇପାରୁଛି। ଯାହାଫଳରେ ପାଚିଲା ପଣିସ ଫଳର ଚାହିଦା ଅପେକ୍ଷା କଷି ପଣିଷର ଚାହାଦା ବେଶ ଅଧିକ ଥିବା ଜଣାପଡିଛି।
Comments are closed.