ଭୁଲ ନିଷ୍ପତ୍ତି ଅଭିଯୋଗ, ଛୁରାମାଡ଼ ସହ ଅମ୍ପାୟାରଙ୍କୁ ବ୍ୟାଟରେ ପିଟି ହତ୍ୟା
ଚୌଦ୍ବାର: କ୍ରିକେଟ ଖେଳ ଚାଲିଥିବାବେଳେ ଅଘଟଣ। ମହିଷାନଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳରୁ ମହାଭାରତ ସୃଷ୍ଟି ହୋଇଛି। ଅମ୍ପାୟାର ଲକି ରାଉତଙ୍କ ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍କ୍ଷିପ୍ତ ଦୁଇ ଯୁବକଙ୍କ ଆକ୍ରମଣ କରିଛନ୍ତି। ଭୁଲ ନିଷ୍ପତ୍ତି ଅଭିଯୋଗରେ ସେମାନେ ଛୁରାମାଡ଼ କରିବା ସହ ଅମ୍ପାୟାର ଲକି ରାଉତଙ୍କୁ ବ୍ୟାଟରେ ପିଟି ମରଣାନ୍ତକ ଆକ୍ରମଣ କରିଥିଲେ। ଅମ୍ପାୟାର ଲକି ରାଉତଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅମ୍ପାୟାର ଲକି ରାଉତ ବୋଲି ଘୋଷଣା କରିଥିଲେ। ଆଜି କଟକ ଜିଲା ଚୌଦ୍ବାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ତଥା ଅମ୍ପାୟାର ମହିଷାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି।
ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ଖବର ପାଇ ଚୌଦ୍ବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ମହିଷାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ଘଟିଥିଲା। ମହିଷାଲଣ୍ଡା ଗାଁର ଯୁବକମାନେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ। ଆଜି ବ୍ରହ୍ମପୁର ଓ ଶଙ୍କରପୁର ଟିମ୍ ମଧ୍ୟରେ ମ୍ୟାଚ୍ ଖେଳା ଯାଉଥିଲା।
ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଅମ୍ପାୟର ଲକି ରାଉତ ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୃତିରଞ୍ଜନ( ମୁନା )ରାଉତ ଏକ ଧାରୁଆ ଛୁରୀରେ ଲକି ରାଉତଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଲକି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାକୁ କଟକ ଏସସିବି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଅନ୍ୟତମ ଅମ୍ପାୟାର ପ୍ରୀତିରଞ୍ଜନ ସାମଲ କହିଛନ୍ତି ଯେ ମ୍ୟାଚ୍ ଚାଲିଥିବା ବେଳେ ପ୍ରଥମ ବଲ୍ ଖେଳୁଥିବା ବ୍ରହ୍ମପୁରର ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ବ୍ରହ୍ମପୁର ଗ୍ରାମର ଜଗା ରାଉତ ଏନେଇ ତାଙ୍କ ସହ ଯୁକ୍ତିତର୍କ କରିଥିଲା। ଗଣ୍ଡଗୋଳ ପରେ ଜଗା ତା’ର ଭାଇକୁ ଫୋନ୍ କରି ଡକାଇଥିଲା। କିଛି ସମୟ ପରେ ଘଟଣାସ୍ଥଳରେ ବ୍ରହ୍ମପୁରର ସ୍ମୃତିରଞ୍ଜନ ରାଉତ ଓ ମୁଗୁନି ରାଉତ ଓରଫ ସଞ୍ଜୟ ସହ ଏକ ବାଇକ୍ରେ ଆସି ପହଞ୍ଚି ଥିଲେ।
ସେମାନେ ଖେଳ ପଡ଼ିଆରେ ପ୍ରବେଶ କରି ଜଗା ଓ ସ୍ମୃତି ପଛରୁ ଆସି ଲକିଙ୍କ ଦୁଇ ହାତକୁ ଧରି ପକାଥିଲେ ଓ ସ୍ମୃତିରଞ୍ଜନ ଛୁରୀ ଭୁଷି ଦେଇଥିଲେ। କଷ୍ଟରେ ଚିତ୍କାର କରୁଥିବା ବେଳେ ଜଗା ଧରିଥିବା ବ୍ୟାଟ୍ରେ ଲକିଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ଲକି ତଳେ ପଡ଼ିଯାଇ ମୁର୍ମୁଷୁ ଅବସ୍ଥାରେ ଛଟପଟ ହେଉଥିଲା। ଏହାପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ଗାଁ ଲୋକଙ୍କ ହାତରେ ଜଣେ ଆକ୍ରମଣକାରୀ ଧରାପଡ଼ିଥିଲା।
Comments are closed.