ଡାଏନା ନୃତ୍ୟ ବିଦ୍ୟାଳୟର ବାର୍ଷିକୋତ୍ସବ, ‘ନୃତ୍ୟ ପ୍ରତିଭା’ ଉନ୍ମୋଚିତ

ଚୌଦ୍ୱାର : ସ୍ଥାନୀୟ ନୃତ୍ୟ ଶିକ୍ଷାନିଷ୍ଠାନ ଡାଏନା ନୃତ୍ୟ ବିଦ୍ୟାଳୟର ୫ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗାନ୍ଧୀଛକସ୍ଥିତ ପୌର ଟାଉନହଲରେ ଦୁଇ ଦିନ ଧରି ଆୟୋଜିତ ଉତ୍ସବକୁ ଚୌଦ୍ୱାର ସର୍କଲ ଜେଲର ଅଧିକ୍ଷକ ପ୍ରଦୀପ କୁମାର ବେହେରା ଉଦଘାଟନ କରିଥିଲେ। ସ୍ଥାନୀୟ ଆଇଟିଟିର ଅଧ୍ୟକ୍ଷ କାହ୍ନୁ ଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଘୋଡ଼ାନାଚ ଶିଳ୍ପୀ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ ଏବଂ ନରହରି କର ଅତିଥି ଭାବେ ଯୋଗଦେଇ ଅଞ୍ଚଳରେ ନୃତ୍ୟ କଳାର ବିକାଶ ଓ ନୃତ୍ୟପ୍ରତି ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଠି କରିବା ଦିଗରେ ଡାଏନା ଡ୍ୟାନ୍ସ ସ୍କୁଲର ଭୂମିକା ବେଶ ଉତ୍ସାହପ୍ରଦ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ମୁଖ୍ୟ ଶୁଭମ୍ ସରିତା କର ସ୍ୱାଗତ ଭାଷଣ ପ୍ରଦାନ ସହିତ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ନୃତ୍ୟ ପ୍ରତିଭା’ ଉନ୍ମୋଚିତ ହୋଇଥିଲା ।

prayash

ସୁପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଆଶୀଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ସିନେ ତାରକା ଶ୍ରୀତମ୍ ଦାସ, ଭୁବନେଶ୍ୱରସ୍ଥିତ ଲଳିତକଳା ଏକାଡେମୀର ପୂର୍ବତନ ସମ୍ପାଦକ ରବି ରଥ, ଜ୍ୟୋତିର୍ବିତ୍ ନିରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦୁଇଦିନ ଧରି ଛାତ୍ରଛାତ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ନୃତ୍ୟ ଓ ଆଭିଭାବକମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିମଳ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ। ସରୋଜ କୁମାର କର, ଅସୀତ୍ କୁମାର ଷଢ଼ଙ୍ଗୀ, ସତ୍ୟମ୍ ସାଗର, ଉମାମଣୀ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.