ରାଜ୍ୟର ଆଶଙ୍କା ଅମୂଳକ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ବର: ପଂଚଦଶ ଅର୍ଥ କମିଶନକର ଟର୍ମ ଅଫ ରେଫରେନ୍ସକୁ ନେଇ ଚାଲିଥିବା ବିବାଦ ସଂକ୍ରାନ୍ତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶ୍ରୀପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଟର୍ମ ଅଫ ରେଫରେନ୍ସ ବିଷୟରେ ସ୍ପଷ୍ଟ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସଠିକ୍‌ ଭାବେ ପଢ଼ି ନାହାଁନ୍ତି । ୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାରକୁ ମାନିଲେ ଓଡିଶାକୁ କମ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ଆଶଙ୍କାର କୌଣସି ଆଧାର ନାହିଁ । ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଲଲ୍ଲେଖନୀୟ କାର୍ଯ୍ୟ କରିଛି । ଏହି ଆଧରରେ ୨୦୧୧ ଜନଗଣନାରେ ଓଡିଶାର ଜନ ସଂଖ୍ୟା ଅନୁପାତରେ ହ୍ରାସ ପାଇଛି । ଜନସଂଖ୍ୟା ହ୍ରାସ ଓ ବିକାଶ ମୂଳକ କାର୍ଯ୍ୟ, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତ ହୋଇଥିବେ, ବିଜୁଳି ଯୋଗାଣର ମାନ ବୃଦ୍ଧି ସହ ପରିବହନ ଜନିତ କ୍ଷତି କମ କରିବାରେ ସଫଳ ହୋଇଥିବେ, ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକୁ ପଂଚଦଶ ଅର୍ଥ କମିଶନ ପରିଷ୍କୃତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

Leave A Reply