୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

ଡେସ୍କ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଅନିୟମିତତା ପାଇଁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିଛି। ଏଥିରେ ଦିଲ୍ଲୀର ୫ଟି ସ୍କୁଲ ରହିଛି। ସିବିଏସଇର ବିଜ୍ଞପ୍ତିରେ କୁହାଯାଇଛି ଯେ ବୋର୍ଡର ଅଚାନକ ଯାଞ୍ଚ ସମୟରେ ପରୀକ୍ଷା ନିୟମକୁ ଅଣଦେଖା କରାଯାଇଥିଲା ଏବଂ ଅନେକ ଅସଙ୍ଗତି ଦେଖିବାକୁ ମିଳିଥିଲା। ସିବିଏସଇ ଆହୁରି ମଧ୍ୟ କହିଛି ଯେ ଏହି ବିଦ୍ୟାଳୟଗୁଡ଼ିକ ନକଲି ଛାତ୍ର ଏବଂ ଅଯୋଗ୍ୟ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ଅନ୍ତର୍ଭୁକ୍ତ କରିବା ଏବଂ ରେକର୍ଡ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରୁନଥିବା ଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି।

prayash

ପ୍ଲାଷ୍ଟିକ୍‌‌ ବୋତଲରେ ନିୟମିତ ପାଣି ପିଉଛନ୍ତି କି? ସାବଧାନ..

Comments are closed.