www.samajalive.in
Sunday, December 7, 2025
14.1 C
Bhubaneswar

ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କ ବିରୋଧରେ ଥାନାରେ ମାମଲା

ଜୟପୁର: ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କ ବିରୋଧରେ ମାମଲା। ଏକ ବିଭ୍ରାନ୍ତିକର ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ଏଲ୍‌ଭିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭିଡିଓରେ ସେ ଦାବି କରିଛନ୍ତି ଯେ, ଜୟପୁରରେ ମ୍ୟୁଜିକ ଭିଡିଓ ଶୁଟ୍‌ କରିବା ସମୟରେ ରାଜସ୍ଥାନ ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା। ଅଧିକାରୀମାବେ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଏଲ୍‌ଭିଶଙ୍କ ଦାବିକୁ ପୁଲିସ ଖଣ୍ଡନ କରିଛି ଏବଂ କହିଛି ଯେ, ଏଲ୍‌ଭିଶ ଯାଦବଙ୍କୁ କୌଣସି ସରକାରୀ ସୁରକ୍ଷା ପ୍ରଦାନ କରାଯାଇ ନଥିଲା। ରାଜସ୍ଥାନ ପୁଲିସର ଭାବମୂର୍ତ୍ତିକୁ ମଳିନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହି ବିବାଦ ସୋମବାର ଆରମ୍ଭ ହୋଇଥିଲା ଯେତେବେଳେ ଏଲଭିଶ ଯାଦବ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ କରିଥିଲେ। ଭିଡିଓରେ ସେ ଏକ କାରରେ ଯାତ୍ରା କରୁଥିଲେ, ଯାହାକୁ ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ ଖାଚରିଆବାସଙ୍କ ପୁଅ ଚଲାଉଥିଲେ। ଭିଡିଓରେ ପୁଲିସର ଏକ ନାଲିବତି ଗାଡ଼ି ଏଲଭିଶଙ୍କ କାର ଆଗରେ ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ଏଲଭିଶ ଯାଦବ ଦାବି କରିଥିଲେ ଯେ, ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା। ତେବେ ପୁଲିସ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

- Advertisement -

ଜୟପୁର ପୁଲିସ କମିଶନର ବିଜୁ ଜର୍ଜ ଜୋସେଫ କହିଛନ୍ତି ଯେ,‘‘ ୟୁଟ୍ୟୁବରଙ୍କୁ କୌଣସି ଏସକର୍ଟ ପ୍ରଦାନ କରାଯାଇନାହିଁ। ଏହି ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।’’

ଏସିପି କୁଁୱର ରାଷ୍ଟ୍ରଦୀପ କହିଛନ୍ତି, ‘‘ସାଇବର ଥାନା​​‌ରେ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କାରଣ ସେ ଏକ ନକଲି ଭିଡିଓ ଶେୟାର କରିଛନ୍ତି, ଯାହା ରାଜସ୍ଥାନ ପୁଲିସର ଭାବମୂର୍ତ୍ତିକୁ ମଳିନ କରିପାରେ।’’

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories