www.samajalive.in
Sunday, December 7, 2025
14.1 C
Bhubaneswar

ଆଦିବାସୀ ଗବେଷଣା କେନ୍ଦ୍ର ପକ୍ଷରୁ ୱେବିନାର ଆୟୋଜିତ

ଭୁବନେଶ୍ୱର ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର (କାର୍ଡ) ପକ୍ଷରୁ ‘Celebrating the success of local to global, Proud sons of our Soil’ ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ପ୍ରିୟଦର୍ଶୀ କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ, ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଚାରୁଦତ୍ତ ପାଣିଗ୍ରାହୀ ଓଡ଼ିଶାର ଭିନ୍ନ ଭିନ୍ନ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଓ ଆଦିବାସୀ ବିକାଶ ସମ୍ୱନ୍ଧରେ ଆଲୋଚନା କରିବା ସହିତ ଗବେଷଣା କ୍ଷେତ୍ରରେ ଓଡିଶାରୁ କାନାଡ଼ାର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ଅଧ୍ୟୟନରତ ଅନିରୁଦ୍ଧ ଜେନାଙ୍କ ସହିତ ତାଙ୍କ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ଜେନା କମ୍ୟୁନିଟି ରେଡ଼ିଓର ଆବଶ୍ୟକତା ଓ ନିଜର ଗବେଷଣା ବିଷୟରେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ସୁଭାଷ ଚନ୍ଦ୍ର ବାରିକ, ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ଓ କାର୍ଡର ନିର୍ଦେଶକ ଡଃ ବିକ୍ରମ କେଶୋରୀ ଜେନା, ଡଃ ଉମାକାନ୍ତ ମିଶ୍ର, ଡଃ ହେମନ୍ତ କୁମାର ପରିଡା ଓ ଅଧ୍ୟାପକ ଶୁଭମ ଦାସଙ୍କ ସହିତ ଓଡ଼ିଶାର ଅନେକ ବୁଦ୍ଧିଜୀବୀ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଡ ତରଫରୁ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ଓ ରୁଦ୍ର ନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଡ଼ ସାମୁଏଲ ଲିମା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories