www.samajalive.in
Saturday, December 6, 2025
14.1 C
Bhubaneswar

ମେଦବହୁଳତା ଓ ମଧୁମେହ ରୋଗୀଙ୍କ ପାଇଁ ମହୌଷଧୀ କ୍ୟାପ୍ସିକମ୍

ମେଦବହୁଳତା ଓ ମଧୁମେହ ଆଜିକାଲି ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି। ବହୁତ ଲୋକ ଏହି ଦୁଇ ରୋଗର ଶୀକାର ହୋଇଥାଆନ୍ତି। ବିଶେଷ କରି ଆଜିର ଯୁବପଢୀ ଦେବହୁଳତାର ଅଧିକ ଶୀକାର ହେଉଛନ୍ତି। ସେହିପରି ଆଜିକାଲି ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ବା ଦୁଇ ଜଣ ମଧୁମେହ ରୋଗୀ ନିଶ୍ଚୟ ମିଳିବେ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କ୍ୟାପ୍ସିକମରେ ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି ଯେ, କ୍ୟାପ୍ସିକମରେ ଦୁଇ ପ୍ରକାର ଏନଜାଇମ୍ ରହିଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାରେ ସହାୟକ ହୋଇଥାଏ। ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ। ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧି କି ଖାଇପାରିବେ।
ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ। ଏହାଛଡ଼ା ମାନସିକ ଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories