ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥାଇଲ୍ୟାଣ୍ଡର ସ୍ଥାୟୀ ଭିସା ପାଇଁ ଚାଲିଥିଲା ନକଲି ବିବାହ ଜାଲିଆତି। ଏହି ଘଟଣାରେ ଥାଇଲ୍ୟାଣ୍ଡ ପୁଲିସ ଜଣେ ଭାରତୀୟଙ୍କ ସମେତ ୨୭ଜଣ ବିଦେଶୀ ମହିଳାଙ୍କୁ ଗିରଫ କରିଛି। ବିକ୍ରମ ଲୋହରୀ ନାମକ ଜଣେ ଭାରତୀୟ ଥାଇଲ୍ୟାଣ୍ଡରେ ଏକ କାର୍ଯ୍ୟାଳୟ ଖୋଲି ଏହି ଜାଲିଆତି କରୁଥିଲେ। ଭାରତୀୟ ନାଗରିକଙ୍କୁ ଥାଇଲ୍ୟାଣ୍ଡରେ ସ୍ଥାୟୀ ଭିସା ପ୍ରଦାନ କରିବା ପାଇଁ ଶ୍ରୀ ଲୋହରୀ ଥାଇଲ୍ୟାଣ୍ଡର ମହିଳାଙ୍କ ସହ ଭାରତୀୟ ନାଗରିକଙ୍କ ବିବାହ କରାଉ ଥିଲେ। ଏହି ବିବାହ କରିବା ପାଇଁ ଥାଇ ମହିଳାଙ୍କୁ ମିଳୁଥିଲା ୮ରୁ ୧୦ହଜାର ଥାଇ ଭାଟ(ଟଙ୍କା)।ବିଭିନ୍ନ ବୟସର ୨୭ଜଣ ମହିଳାଙ୍କୁ ତଦନ୍ତ ପରିସରକୁ ଆଣିବା ପରେ ଥାଇଲ୍ୟାଣ୍ଡ ପୁଲିସ ଏହି ଜାଲିଆତିର ପର୍ଦାଫାସ କରିଛି। ଏହି ମହିଳାଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ମହିଳା ମଧ୍ୟ ରହିଛନ୍ତି।
Popular Categories



