କ୍ୟାପିଟାଲ ହସପିଟାଲରେ ଉତ୍ତେଜନା

ଭୁବନେଶ୍ବର: ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ପ୍ରସୂତି ୱାର୍ଡ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ଜଣେ ପ୍ରସୂତି ଲେବର ରୁମ ବାହାରେ ପ୍ରସବ କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ପ୍ରସୂତିଙ୍କୁ ଲେବର ରୁମକୁ ନେବାରେ ବିଳମ୍ବ ହେବାରୁ ପ୍ରସୂତି ଜଣକ ଲେବର ରୁମ ବାହାରେ ପ୍ରସବ କରିଥିଲେ ବୋଲି ପ୍ରସୂତିଙ୍କୁ ହସ୍ପିଟାଲ ଆଣିଥିବା ଆଶାକର୍ମୀ ଅଭିଯୋଗ କରିଛନ୍ତି। ପ୍ରମାଣ ପାଇଁ ଫଟୋ ଉଠାଇବାବେଳେ ସେଠାରେ ମୁତୟନ ସୁରକ୍ଷାକର୍ମୀ ଆଶା କର୍ମୀଙ୍କ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସେଠାରେ ପ୍ରସୂତିଙ୍କ ସମ୍ପର୍କୀୟ ଏବଂ ଆଶା କର୍ମୀ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତତର୍କ କରିଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

kalyan agarbati

Comments are closed.