www.samajalive.in
Sunday, December 7, 2025
23.1 C
Bhubaneswar

କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅକୁ ମିଳିବ ଚାକିରି, ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ

ସମାଜ ଡିଜିଟାଲ ଡେସ୍କ: ଏଣିକି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି। ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ଚାକିରି ଦିଆଯିବ। ଅବିବାହିତ ଝିଅ କିମ୍ବା ସାବତ ଝିଅକୁ ନିଯୁକ୍ତି ମିଳିବ। ସେହିପରି ଝିଅ ବିବାହିତ ହୋଇଥିଲେ ଏବଂ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ବିବାହିତ ଝିଅ ବା ସାବତ ଝିଅକୁ ମିଳିବ ନିଯୁକ୍ତି। ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

- Advertisement -

ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ଆଉ ଏକ ବଡ଼ ନିଷ୍ପତ୍ତି ହୋଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ଅଗ୍ନିବୀରମାନଙ୍କ ଲାଗି ୧୦% ସ୍ଥାନ ସଂରକ୍ଷଣକୁ ବୈଠକରେ ମଞ୍ଜୁରୀ ମିଳିଛି। ୧ ବର୍ଷ ପ୍ରଶିକ୍ଷଣ ଏବଂ ୪ ବର୍ଷ ଚାକିରି ପରେ ବି ଅଗ୍ନିବୀରମାନଙ୍କୁ ନିଯୁକ୍ତି ମିଳିବ। ସେମାନଙ୍କ ଲାଗି ପୁଲିସ, ଅଗ୍ନିଶମ ଏବଂ ବନ ବିଭାଗରେ ୧୦% ସଂରକ୍ଷଣ ପ୍ରଦାନ କରାଯିବ।

ସେହିପରି ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ ବୋଲି ସୂଚନା ମିଳିଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ହାତରେ ରହିବ ୫ ପ୍ରତିଶତ ଅଂଶଧନ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories