‘ଭାଇବ୍ରାଣ୍ଟ ଗ୍ରାମ ଯୋଜନା-୨’କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାଇବ୍ରାଣ୍ଟ ଗ୍ରାମ ଯୋଜନା-୨ ମଞ୍ଜୁରୀ ପ୍ରଦାନ କରାଯାଇଛି। ୧୦୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା (୧୦୦% କେନ୍ଦ୍ର ପାଣ୍ଠି)ରେ ଗାଁର ଭିତ୍ତିଭୂମି ବିକାଶ, ମୂଲ୍ୟ ଶୃଙ୍ଖଳ ବିକାଶ (ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ମାଧ୍ୟମରେ), ସ୍ମାର୍ଟ ଶ୍ରେଣୀ ଭଳି ଶିକ୍ଷା ଭିତ୍ତିଭୂମି, ପର୍ଯ୍ୟଟନ ସର୍କିଟର ବିକାଶ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ କାର୍ଯ୍ୟ/ ପ୍ରକଳ୍ପ କରାଯିବ। ମୋଟ ୬,୮୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟକ୍ରମ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୁଜରାଟ, ଜାମ୍ମୁ ଓ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଚୟନିତ ଗ୍ରାମରେ କାର୍ଯ୍ୟକାରୀ ହେବ।
Comments are closed.