www.samajalive.in
Saturday, December 13, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ, ବିଲ୍‌ ପାସ୍‌ ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ବର/ବାଳକାଟି/ବାଲିଅନ୍ତା: ବାଲିଅନ୍ତା ବ୍ଲକର ସହକାରୀ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଓ ସହଯୋଗୀ ବେଣୁଧର ପରିଡ଼ା ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନଙ୍କ ନିକଟରୁ ଭିଜିଲାନ୍ସ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ବିଲ୍‌ ପାସ୍‌ ପାଇଁ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଛକି ରହିଥିବା ଭିଜିଲାନ୍ସ ଦଳ ଉଭୟଙ୍କୁ କାବୁ କରିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ରାସାୟନିକ ପ୍ରଲେପ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସହକାରୀ ଯନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ପରେ ପୋଖରୀପୁଟରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠାବ ଲାଗି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଠିକାଦାର ରଶ୍ମିରଞ୍ଜନ ମହାପାତ୍ର ୨୦୨୩ରେ ତତ୍କାଳୀନ ବିଧାୟକଙ୍କ ପାଣ୍ଠିରୁ ୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପାଇ ଏକ ଯୁବକ ସଂଘ (କମ୍ୟୁନିଟି ସେଣ୍ଟର ) ଗୃହ କାମ କରିଥିଲେ। ୧ ଲକ୍ଷ ୫୮ ହଜାର ଟଙ୍କା ବିଲ୍‌ ପାଇଥିବା ବେଳେ ଆଉ ୪୨ ହଜାର ଟଙ୍କାର ବିଲ୍‌ ପାସ୍‌ ହୋଇନଥିଲା। ଏହି ବକେୟା ଥିବା ବିଲ୍‌ ପାସ୍‌ କରିବା ଲାଗି ରଶ୍ମିରଞ୍ଜନ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସହକାରୀ ଯନ୍ତ୍ରୀ ତାଙ୍କୁ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ୧୦ ହଜାର ଟଙ୍କା ଦେଲେ ଉକ୍ତ ବିଲ୍‌ ପାସ୍‌ କରାଇଦେବେ ବୋଲି ସେ କହିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ବାରମ୍ବାର ବ୍ଲକ ଦୌଡ଼ି ନିରାଶ ‌ହେବା ପରେ ରଶ୍ମିରଞ୍ଜନ ଭୁବନେଶ୍ୱର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ଉକ୍ତ ସହକାରୀ ଯନ୍ତ୍ରୀଙ୍କୁ ଧରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲା। ରଶ୍ମିରଞ୍ଜନଙ୍କୁ ରାସାୟନିକ ବୋଳା ୧୦ ହଜାର ଟଙ୍କା ଭିଜିଲାନ୍ସ ଦେଇଥିଲା। ‌ଯୋଜନା ମୁତାବକ ଟଙ୍କା ନେଇ ରଶ୍ମିରଞ୍ଜନ ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟାରେ ବ୍ଲକ ପରିସରରେ ପହଞ୍ଚି ଯନ୍ତ୍ରୀଙ୍କ କୋଠରିରେ ଉପସ୍ଥିତ ଥିବା ତାଙ୍କ ସହଯୋଗୀ ବେଣୁଧରଙ୍କୁ ଦେଇଥିଲେ। ବେଣୁଧର ସେଥିମଧ୍ୟରୁ ୧୦୦୦ ରଖି ଅବଶିଷ୍ଟ ୯ ହଜାର ଟଙ୍କା ଯନ୍ତ୍ରୀ ସଂଘମିତ୍ରଙ୍କୁ ଦେଇଥିଲା। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସର ୮ ଜଣିଆ ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଧରିଥିଲେ। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ଅମୀୟ ତ୍ରିପାଠୀ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories