ବୁଧବାର କୈରାନା ଏବଂ ଭଣ୍ଡାରା-ଗଣ୍ଡିଆର ୧୨୨ବୁଥରେ ସାନିମତଦାନ
ବେଜିଂ : କୈରାନା ଏବଂ ଭଣ୍ଡାରା-ଗଣ୍ଡିଆ ଲୋକସଭା ଆସନ ଉପନିର୍ବାଚନ ପାଇଁ ସୋମବାର ମତଦାନ ବେଳେ ଭୋଟିଂ ମେସିନ୍ ଅଚଳ ହୋଇଥିବା ୧୨୨ ବୁଥରେ ବୁଧବାର ସାନିମତଦାନ ହେବ ବୋଲି ମଙ୍ଗଳବାର ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି କ୍ରମରେ କୈରାନାର ୭୩ ଏବଂ ଭଣ୍ଡାରା-ଗଣ୍ଡିଆର ୪୯ ବୁଥରେ ସାନି ମତଦାନ ହେବ। ଏନେଇ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି। ସୂଚନା ଅନୁସାରେ ସୋମବାର ୧୦ ରାଜ୍ୟରେ ବିଭିନ୍ନ ଆସନରେ ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏଥିନପାଇଁ ୧୦,୩୦୦ ଭିଭିପିଏଟି ବ୍ୟବହାର କରାଯାଇଥିଲାବେଳେ ସେଥିମଧ୍ୟରୁ ପ୍ରାୟ ୧୧% ଭିଭିପିଏଟି ଅଚଳ ହୋଇପଡିଥିଲା। ମେସିନ୍ଗୁଡ଼ିକୁ ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। କୈରାନା ଏବଂ ଭଣ୍ଡାରା-ଗଣ୍ଡିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥରେ ମତଦାନ ବେଳେ ସର୍ବାଧିକ ମେସିନ ଅଚଳ ହୋଇପଡିଥିଲେ। ଫଳରେ ବୁଧବାର ଉକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ୧୨୨ ବୁଥରେ ସାନି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ମଇ ୩୧ ଅର୍ଥାତ ବୁଧବାର ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଦୁଇ ନିର୍ବାଚନ ମଣ୍ଡଳୀର ୧୨୨ ବୁଥରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।