କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଥିଲେ, କରନ୍ତୁ ଏହି ଯୋଗାସନ

0

ସକାଳୁ ପେଟ ସଫା ନ ହେଲେ ଦିନ ସାରା ଜମା ଫୂର୍ତ୍ତି ଲାଗେ ନାହିଁ, ମାନ୍ଦା ଅନୁଭବ ହୋଇଥାଏ । ଯଦି କୋଷ୍ଠକାଠିନ୍ୟ ରୋଗ ଥାଏ, ତାହେଲେ ସ୍ଥିତି ଆହୁରି ଖରାପ ହୋଇଯାଇ ଥାଏ । ବିଭିନ୍ନ ରୋଗ ଏହି କାରଣରୁ ଆରମ୍ଭ ହୋଇଥାଏ । ତେଣୁ ନିୟମିତ ସକାଳେ ପେଟ ସଫା ରହିବା ଅତ୍ୟନ୍ତ ଜରୁରୀ ।

କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ଏମିତି କି ବଜାରରେ ମଳୁଥିବା ବିଭିନ୍ନ ପ୍ରକାର ଔଷନ ସେବନ କରିଥାନ୍ତି । ଏହା ଦ୍ବାରା ପେଟ ସଫା ତ ହୁଏ, କିନ୍ତୁ ରୋଗ ଦୂର ହୁଏ ନାହିଁ । ଔଷଧ ସେବନ ବନ୍ଦ କରିବା ମାତ୍ରେ ହିଁ ପୁଣି ସେହି ସମସ୍ୟା ଦେଖା ଦେଇଥାଏ ।

ତେଣୁ ଏହି ସମସ୍ୟାରୁ ସବୁ ଦିନ ପାଇଁ ଦୂର କରିବାକୁ ହେଲେ ଯୋଗର ଆବଶ୍ୟକତା ରହିଛି । ତେବେ ପ୍ରଶ୍ନ ଉଠୁଛି ଯୋଗାସନ ତ ବହୁତ ପ୍ରକାର ଅଛି, କେଉଁଟା କରିବା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିବ ।

ପ୍ରତଙ୍ଗା ଆସନ ବା ତିତଲୀ ମୁଦ୍ରା (butterfly pose) : ଏହି ଆସନ କରିବା ଦ୍ବାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ ନିୟମିତ କରିବାକୁ ପଡିଥାଏ । ଫଳରେ କୋଷ୍ଠ କାଠିନ୍ୟ ରୋଗ ଦୂର ହେବା ସାଙ୍ଗେ ସଙ୍ଗେ ଚର୍ବି ମଧ୍ୟ କମ୍ ହୋଇଥାଏ । ଯାହା ଦ୍ବାରା ପେଟ କମିବା ସହ ଆପଣ ପିଟ୍ ଦେଖାଯିବେ ।

ଏହି ଆସନ କିପରି କରିବେ

prayash

ଚଟାଣରେ ଶପ ବା ଚାଦର ପକେଇ ବସନ୍ତୁ । ଦୁଇ ଆଣ୍ଠୁକୁ ଭାଙ୍ଗି ଦୁଇ ପାଦ ବା ଗୋଇଠିକୁ ସଂଯୋଗ କରନ୍ତୁ ।

ଏବେ ଧିରେ ଧିରେ ଅଣ୍ଟାକୁ ଭାଙ୍ଗି ଆଗକୁ ନଇଁକି ରୁହନ୍ତୁ । ଯେପରି ନାକ ଚଟାଣରେ ଲାଗିବ । ଏହି ଅବସ୍ଥାରେ ୨ ମିନିଟ୍ ରହିବା ପରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ ।

ଏହିପରି ନିୟମିତ କରିବା ଦ୍ବାରା କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ମିଳିପାରିବ ।

kalyan agarbati
Leave A Reply