ବଢିଲା ବସ୍‌ ଭଡ଼ା

0

କଟକ: ରାଜ୍ୟରେ ବସ୍‌ ଭଡା ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡା ୨ ପଇସା ବୃଦ୍ଧି ପାଇଥିବା ବେଳେ ଏସ୍‌ସି ଓ ଡିଲକ୍ସ ବସ୍‌ ଭଡା ୪ ପଇସା ବୃଦ୍ଧି ପାଇଛି ।  ଆଗରୁ ସାଧାରଣ ବସ୍‌ ଭଡା କିଲୋମିଟର ପ୍ରତି ୬୮ ପଇସା ଥିବା ବେଳେ ଏବେ ୨ ପଇସା ବୃଦ୍ଧି ପାଇ ୭୦ ପଇସା ହୋଇଛି । ସେହିପରି   ଏକ୍ପପ୍ରେସ ବସ୍‌ ଭଡା ୭୧ ପଇସାରୁ ବୃଦ୍ଧି ପାଇ ୭୩ ପଇସା , ଡିଲକ୍ସ ବସ୍‌ ଭଡା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି ପାଇ ୯୭ ପଇସାରୁ ୧ଟଙ୍କା ଏକ ପଇସା ଓ ଏସି ଡିଲକ୍ସ ବସ୍‌ ଭଡା ଏକ ଟଙ୍କା ୧୯ ପଇସାରୁ ବୃଦ୍ଧି ପାଇଁ ୧ ଟଙ୍କା ୨୩ ପଇସାରେ ହୋଇଛି  ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply