ବସ୍‌ରେ ନିଆଁ ଲାଗି ୨୭ ମୃତ

0

ପାଟଣା: ବିହାରର ମୋତିହାରି ଜିଲ୍ଲାରେ ଏକ ବସ୍‌ ଓଲଟି ପଡି ନିଆଁ ଲାଗିଯିବାରୁ ୨୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

ଏକ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ରାସ୍ତାରେ ବସ୍‌ଟି ଓଲଟି ପଡିଥିଲା । ଏହାପରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ୨୭ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାପରେ ବିହାର ସରକାରଙ୍କ ପକ୍ଷରୁ ମୃତକମାନଙ୍କର ନିକଟ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯିବ ବୋଲି  ଘୋଷଣା କରାଯାଇଛି । କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହାର ତଦନ୍ତ ଆରମ୍ଭ ହୋଇଛି ।

Leave A Reply