www.samajalive.in
Monday, December 15, 2025
24.1 C
Bhubaneswar

ଆମ୍ବୁଲାନ୍ସ ନମିଳିବାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବୁର୍ଲା: ଭିମସାର ହସ୍ପିଟାଲରୁ ରେଫର କରାଯାଇଥିବା ଜଣେ ଶିଶୁକନ୍ୟାକୁ କଟକ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଠିକ ସମୟରେ ମିଳି ପାରିନଥିଲା । ଫଳରେ ପରିବାର ଲୋକେ ବୁର୍ଲାର କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ତାକୁ ଅନ୍ୟ ଏକ ଘରୋଇ ଗାଡ଼ିରେ କଟକ ନେଉଥିଲା ବେଳେ ରେଢ଼ାଖୋଲ ନିକଟରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି।
ସୁବର୍ଣ୍ଣପୁର ଜିଲା ତରଭା ଥାନା ନାରାୟଣପୁର ଗାଁର ମହନ୍ତ ଝରା ଓ ପୁଷ୍ପା ଝରାଙ୍କ ୨ ବର୍ଷର ଶିଶୁକନ୍ୟା ଅବନ୍ତିକାର ପେଟରେ ଏକ ଟ୍ୟୁମର ବୃଦ୍ଧି ପାଉଥିଲା । ବଲାଙ୍ଗିରରେ ତା’ର ଚିକିତ୍ସା ହୋଇ ନ ପାରିବାରୁ ଅବନ୍ତିକାକୁ ବୁର୍ଲା ଭିମସାର ଶିଶୁରୋଗ ବିଭାଗକୁ ଅଣାଯାଇଥିଲା। ସେଠାରୁ ଡାକ୍ତର ଶଲ୍ୟ ବିଭାଗକୁ ପଠାଇଥିଲେ। ସେଠାରୁ ପୁଣି କଟକ ଶିଶୁଭବନକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଥିଲା। କଟକକୁ ଗାଡି ଭଡା କରି ଯିବାରେ ଉକ୍ତ ପରିବାର ପାଇଁ ଅସମର୍ଥ ଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନ ଥିଲା। ପ୍ରାୟ ୬ ଘଣ୍ଟା ଏଣେତେଣେ ଧାଇଁବା ପରେ ପରିବାର ଲୋକେ ବୁର୍ଲା ଥାନା ପରିସରରେ ବସି ରହିଥିଲେ। ଏହା ଜଣାପଡ଼ିବା ପରେ ସ୍ୱେଚ୍ଛାସେବୀ ବାବା ବାଗ ଓ ଅନ୍ୟ କିଛି ସଚେତନ ନାଗରିକ ତତ୍ପରତା ଦେଖାଇଥିଲେ। ପରେ ବୁର୍ଲା ଥାନାଧିକାରୀ ବିଭୂତିଭୂଷଣ ଭୋଇ ୪ ହଜାର, ଡା. ଶଙ୍କର ରାମଚନ୍ଦାନୀ ୩ ହଜାର ଟଙ୍କା ଏବଂ ଉପସ୍ଥିତ ଥିବା କିଛି ନାଗରିକ ୩ ହଜାର ଟଙ୍କା ସହଯୋଗ କରିଥିଲେ । ଥାନାଧିକାରୀ ଶ୍ରୀ ଭୋଇଙ୍କ ଉଦ୍ୟମରେ ଏକ ଘରୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ତେବେ, କଟକ ନେବା ବାଟରେ ରେଢ଼ାଖୋଲରେ ଅବନ୍ତିକାର ମୃତ୍ୟୁ ଘଟିଥିଲା। ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ ଶିଶୁକନ୍ୟାର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ନିୟନ୍ତ୍ରଣରେ ଅଧିକାଂଶ ଆମ୍ବୁଲାନ୍ସ ରହିଛି। ରବିବାର ଭିମସାରରେ ଏହି ଘଟଣା ଘଟିଲା ପରେ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories