ବୁଲେଟ ଟ୍ରେନ୍‌ ଭଡ଼ା ୨୫୦ରୁ ୩ହଜାର ଟଙ୍କା ହେବ

0

ମୁମ୍ବଇ : ଅହମ୍ମଦାବାଦଠାରୁ ମୁମ୍ବଇ ମଧ୍ୟରେ ୨୦୨୨ରୁ ଚଳାଚଳ କରିବାକୁ ଥିବା ବୁଲେଟ ଟ୍ରେନ୍‌ର ଭଡ଼ା କେତେ? ସମ୍ପ୍ରତି ମିଳିଥିବା ସୂଚନାନୁଯାୟୀ, ଏଥିରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ମୋଟ ୫୦୦କିମି ମଧ୍ୟରୁ ଦୂରତା ଅନୁସାରେ ୨୫୦ରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ଗଣିବେ। ବୁଲେଟ ଟ୍ରେନ୍‌ ପରିଯୋଜନାର ପରିଚାଳନା ନିର୍ଦେଶକ ଅଚଲ ଖାରେଙ୍କ କହିବାନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଆପାତତଃ ଏହି ହିସାବ କରାଯାଇଛି। ମୁମ୍ବଇରୁ ଅହମ୍ମଦାବାଦ ଯାଏ ୩୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ମୁମ୍ବଇର ବାନ୍ଦ୍ରାରୁ କୁର୍ଲା କମ୍ପ୍ଲେକ୍ସ ଓ ଥାଣେ ମଧ୍ୟରେ ଭଡ଼ା ୨୫୦ ଟଙ୍କା ପଡ଼ିବ। ବ୍ୟାବସାୟିକ ଶ୍ରେଣୀରେ ଯାତ୍ରା କଲେ ସାମାନ୍ୟ କିଛି ଅଧିକ ଭଡ଼ା ଲାଗିବ ବୋଲି ଖାରେ କହିଛନ୍ତି। ମୁମ୍ବଇର ଏହି ରାସ୍ତା ପାଇଁ ଟ୍ରାକ୍ସି ଭଡ଼ା ୬୫୦ ଲାଗୁଥିବାରୁ ବୁଲେଟ୍‌ ଟ୍ରେନ୍‌ରେ ଯାତାୟତ ଶସ୍ତା ଓ ସୁବିଧାଜନକ ହେବ ଏବଂ ମାତ୍ର ୧୫ମିନିଟରେ ଏହି ଦୂରତା ଅତିକ୍ରମ କରିହେବ ବୋଲି ସେ କହିଛନ୍ତି।

Leave A Reply