ଓଡ଼ିଶ।: ମୃତ ମହିଳା ଶ୍ମଶ।ନ ଜୁଇରୁ ଜୀଇଁ ଉଠିଲେ

ବ୍ରହ୍ମପୁର, : କାଠ ଯୋଗାଡ ସରିଥିଲା । ମର ଶରୀରରୁ ଜୁଇ ଉପରେ ରଖାଯାଇଥିଲା । ମୁଖାଗ୍ନି ଦେବାକୁ ବାକି ଥିଲା । ଏହି ସମୟରେ ଜୀବିତ ହୋଇ ଉଠିଲେ ମହିଳା । ଆଉ ଜୀବିତ ଅବସ୍ଥାରେ ମହିଳା ଜଣଙ୍କ ନିଜ ଘରକୁ ଫେରିଛନ୍ତି । ଏଭଳି ଏକ ଘଟଣା ବ୍ରହ୍ମପୁରର ବିଜିପୁର ଠାରେ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ, ବ୍ରହ୍ମପୁର ଗୁଡସେଡ ରୋଡ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳଙ୍କ ପତ୍ନୀ ମୁଚି ଆମ୍ମା(୫୦) ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପିଡିତ ଥିଲେ । ଆଜକୁ ୧୩ ଦିନ ତଳେ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । ଶିବରାମ ନିଜ ପତ୍ନୀଙ୍କୁ ନେଇ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଘରେ ବୁଚି ଆମ୍ମାଙ୍କୁ ତାଙ୍କ ସ୍ବାମୀ ସେବା ଶୁଶ୍ରୁଷା କରୁଥିଲେ ।

ହେଲେ ଗତକାଲି ସକାଳୁ ବୁଚି ଆମ୍ମାଙ୍କ ନିଶ୍ବାସ ପ୍ରଶ୍ବାସ ବନ୍ଦ ହୋଇଯାଇଥିଲା । ଶିବରାମ ବାରମ୍ବାର ଡାକିବାରୁ ସେ ଶୁଣିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଶିବରାମ ବନ୍ଧୁବାନ୍ଧବ ଓ ସାହିପଡିଶାକୁ ଜଣାଇଥିଲେ । ସ୍ଥାନୀୟ କର୍ପୋରେଟରଙ୍କ ସହାୟତାରେ ଏକ ଶବ ବୁହା ଗାଡି ଅଣାଯାଇ ବୁଚି ଆମ୍ମାଙ୍କ ଶେଷକୃତ ସମ୍ପନ୍ନ ପାଇଁ ବିଜିପୁର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ମୁଖାଗ୍ନି ଦେବାକୁ ଶିବରାମ ଶବ ଚାରିପଟେ ବୁଲୁଥିଲେ । ଏହି ସମୟରେ ଶ୍ମଶାନରେ ଶବ ଦାହ ପାଇଁ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ବୁଚି ଆମ୍ମାଙ୍କ ଆଖି ଖୋଲାଥିବା ଦେଖିବା ପରେ ସେ ଜୀବିତ ଥିବା ନେଇ ସନ୍ଦେହ କରିଥିଲେ । ଏହାପରେ ଜୁଇରୁ ବୁଚି ଆମ୍ମାଙ୍କୁ ଉଠା ଯାଇଥିଲା । ସେ ଜୀବିତ ଥିବା ଜଣାପଡ଼ିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଏହି ଘଟଣା ସହରରେ ବେଶ ଚର୍ଚ୍ଚାର  ବିଷୟ ପାଲଟିଛି ା

Comments are closed.