ଗୋଡ଼ଭଙ୍ଗା ଠାରେ ଆନ୍ତଜିଲ୍ଲା ବନାଗ୍ନୀ ନିରାକରଣ ପାଇଁ ସଚେତନତା ଶିବିର
ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ର ଗୋଡ଼ଭଙ୍ଗା ଠାରେ ସ୍ଥାନୀୟ ଅଂଚଳ ଏବଂ ସୀମାନ୍ତ କେନ୍ଦୁଝର ଜିଲାର ଜନସାଧାରଣଙ୍କ ଉପସ୍ଥିତିରେ ଆନ୍ତ ଜିଲା ବନାଗ୍ନୀ ନିରାକରଣ ଅଭିଯାନ ସଚେତନତା ଶିବିର କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲା ସୀମାନ୍ତ ଗୋଡ଼ଭଙ୍ଗା ଗାଁର ଓ ଆଖପାଖ ଅଞ୍ଚଳର ସ୍ଥାନୀୟ ଲୋକେ ଏବଂ ସୀମାନ୍ତ କେନ୍ଦୁଝର ଜିଲାର ପଡଶୀ ଗାଁର ଜନସାଧାରଣଙ୍କ ଉପସ୍ଥିତିରେ ଆନ୍ତ ଜିଲ୍ଲା ବନାଗ୍ନୀ ନିରାକରଣ ଅଭିଯାନ ଆରମ୍ଭ ହୋଇଛି ।
ଅଭିଯାନ ଆରମ୍ଭରେ ସାତକୋଶିଆ ରେଞ୍ଜର ରବୀନ୍ଦ୍ର ନାଥ ମହାନ୍ତଙ୍କ ସଭାପାତିତ୍ୱରେ କରିଥିଲାବେଳେ ଗୋଡ଼ଭଙ୍ଗା ବନପାଳ ବିଜୟ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବନାଞ୍ଚଳ ଅଧିକାରୀ ନବ କିଶୋର ନାଏକ ଯୋଗ ଦେଇଥିଲା ବେଳେ ୧୯ ନଂ ଜୋନ ଜିଲା ପରିସଦ ସଦସ୍ୟ ପହ୍ଲାଦ ମଢେଇ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ବନ ପାଳ ଲକ୍ଷ୍ମୀ ଧର କିସ୍କୁ , ସାତକୋଶିଆ ବନପାଳ ଗିରିଜା ନନ୍ଦନ ଦଳେଇ ଏବଂ ବନସୁରକ୍ଷା ସମିତି ସଭ୍ୟ ମାନେ, ଧାତିକିଡିହା ସରପଞ୍ଚ କରୁଣା କର ନାୟକ, ସମିତି ସଭ୍ୟ ମନୋଜ କୁମାର, କୋଡାପଡା ସରପଞ୍ଚ ସଙ୍ଘ ମିତ୍ରା ମିଶ୍ର, ସମିତି ସଭ୍ୟା ମାମତାବାଳା ତ୍ରିପାଠୀ ଯୋଗ ଦେଇ ଥିଲେ। ଗୋଡ଼ଭଙ୍ଗା, ମହୁଲଗୋଠ, ଧାତିକିଡିହା, କାଞ୍ଜିଆ ପାଳ, ଚିଲିରିପୋଷି, ପାକୁଟବନ୍ଧ, କଲନି ସାହି, ନୁଣ ଖାଇ, ବନ ସଂରକ୍ଷଣ ସମିତିର କମିଟିର କର୍ମକର୍ତ୍ତା, ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ।
Comments are closed.