www.samajalive.in
Monday, December 15, 2025
24.1 C
Bhubaneswar

ହରଭଙ୍ଗାରେ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ଅପହଞ୍ଚ

ହରଭଙ୍ଗା :  ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଦୁର୍ଗମ ଅଂଚଳରେ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଅଧିକରୁ ଅଧିକ ବିଏସଏନଏଲ ଟାଓାର ପ୍ରତିଷ୍ଠା ସହ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ଗୁଡିକରେ ଅନଲାଇନ ମାଧ୍ୟମରେ ପାଠପଢା ସାଙ୍ଗକୁ ଇ-ପଞ୍ଚାୟତ ସେବା ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏସବୁ ସତ୍ୱେ ବ୍ରଡବ୍ୟାଣ୍ଡ ସେବାରୁ ହରଭଙ୍ଗା, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା ଏବଂ ତଳଗାଁ ଭଳି ପଂଚାୟତଗୁଡିକ ବଞ୍ଚିତ ରହିଥିବା ଜଣାପଡିଛି । ୫-ଟି ସ୍କୁଲରେ ପାଠପଢା ପାଇଁ ବ୍ରଡ ବ୍ୟାଣ୍ଡ ଏବଂ ଇ-ପଂଚାୟତ ସେବା ପାଇ ଇଣ୍ଟରନେଟର ବହୁଳ ଆବଶ୍ୟକତା ରହିଛି। ମାତ୍ର ବ୍ରଡ ବ୍ୟାଣ୍ଡ ସଂଯୋଗ ନଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସାଙ୍ଗକୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତୁରନ୍ତ ଏ ଦିଗରେ ବିଏସଏନଏଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଉଠୁଛି । ଏ ସର୍ମ୍ପକରେ ବୌଦ୍ଧ ବିଏସଏନଏଲ ଏସଡିଓ ହିରନମୟ ଭୋକ୍ତାଙ୍କୁ ପଚାରିବାରୁ ସେ କହିଲେ ଓଏନଟି ସଂଯୋଗ ପାଇଁ ଜୟଅମ୍ବା ଟ୍ରେର୍ଡସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories