www.samajalive.in
Monday, December 15, 2025
15.1 C
Bhubaneswar

ସରକାରୀ ଜାଗା ଚିହ୍ନଟ ପାଇଁ ଦାବି

ଆଠଗଡ : ଆଠଗଡ ସହରର ଅଶୋକନଗରରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଜବରଦଖଲ ଉଚ୍ଛେଦ କରିବା ପାଇଁ ସାହିବାସିନ୍ଦା ଦାବି କରିଛନ୍ତି । ସେଠାରେ ୪୦ବର୍ଷ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ମିତ ଓ ପ୍ରତିଷ୍ଠିତ ଏକ ମଙ୍ଗଳା ମନ୍ଦିର ରହିଛି । ଯେଉଁ ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୂଜା ଆରାଧନା ଓ ନୀତିକାନ୍ତି କରିଆସୁଛନ୍ତି। ଚାନ୍ଦବାଲିଛକଠାରୁ ଯାତମୁଣ୍ଡିଆ ପର୍ଯ୍ୟନ୍ତ ଅଶୋକନଗର ଦେଇ ଯାଇଥିବା ରାସ୍ତାର ଉନ୍ନତିିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେଠାରେ ଥିବା ମଙ୍ଗଳାମନ୍ଦିରର ଅଧିକାଂଶ ଅଂଶ ଭଙ୍ଗାଯିବାର ଆଶଙ୍କା ରହିଛି। ସେହି ମନ୍ଦିର ପଛପାର୍ଶ୍ବକୁ ଲାଗି ଏକ ସରକାରୀ ଯାଗା ରହିଛି । ମନ୍ଦିର ଭାଙ୍ଗିଲେ ପଛପଟ ଜାଗାରେ ସାହି ବାସିନ୍ଦା ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ଯୋଜନା ରଖିଛନ୍ତି । ତେବେ ଉକ୍ତ ସରକାରୀ ଜାଗାକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ଜବରଦଖଲ ଉଚ୍ଛେଦ କରିବା ପାଇଁ ସାହିବାସିନ୍ଦା ସୋମବାର ତହସିଲଦାର ପ୍ରିୟବ୍ରତ ଦାସଙ୍କୁ ଭେଟି ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ଶ୍ରୀ ଦାସ ସେଠାରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରାଯିିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିଲେ। ସାହିର ସଭାପତି ଶିକ୍ଷାବିତ୍‌‌ ପ୍ରମୋଦ କୁମାର ଜେନା, ସଂପାଦକ ଉପେନ୍ଦ୍ରନାଥ ଜେନା, କାଉନସିଲର ମମତାମୟୀ ସେଠୀ, ପୂର୍ବତନ କାଉନସିଲର ବିଭୂତି ଭୂଷଣ ମହାରଣାଙ୍କ ନେତୃତ୍ୱରେ ସାହିବାସିିନ୍ଦା ତହସିଲଦାରଙ୍କୁ ଦେଖାକରି ନିବେଦନ ପତ୍ର ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories