www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଓଡିଶାରୁ ପ୍ରଶିକ୍ଷଣ ପାଇଛନ୍ତି ୪ ଲକ୍ଷ ୭୫ ହଜାର ୩୩୩

ଡେସ୍କ: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୭ରୁ ୨୦୨୨, ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ୪ ଲକ୍ଷ ୭୫ ହଜାର ୩୩୩ ଜଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଖିତ ଭାବେ ଏହା ଜଣାଇଛନ୍ତି। ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧିନରେ ପ୍ରଶିକ୍ଷଣ ଦିଆଯାଇଥିବା ଯୁବକଯୁବତୀଙ୍କ ସଂଖ୍ୟା ଏବଂ ପ୍ରଶିକ୍ଷଣ ପରବର୍ତ୍ତୀ ନିଯୁକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଶିକ୍ଷିତ ଯୁବକ-ଯୁବତୀମାନଙ୍କ ମଧ୍ୟରେୁ ୭୦.୫% ନିଯୁକ୍ତି ପାଇଛନ୍ତି। ସାରା ଦେଶରେ ୧ କୋଟି ୧୩ ଲକ୍ଷ ୫ ହଜାର ୬୦୧ ଜଣଙ୍କୁ ଏହି ଯୋଜନା ଅଧିନରେ ପ୍ରଶିକ୍ଷଣ ଦିଆଯାଇଛି।

ଅନ୍ୟପକ୍ଷରେ କଟକ ଜିଲ୍ଲାରୁ ସର୍ବାଧିକ ୬୪ ହଜାର ୪୫୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬୨ ହଜାର ୮୫୦ ଏବଂ ପୁରୀ ଜିଲ୍ଲାରୁ ୩୧ ହଜାର ୭୮୩ ଜଣ ପ୍ରଶିକ୍ଷଣ ନେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସାରା ଦେଶରେ ଏବେ ୧୪ ହଜାର ୯୫୩ଟି ଆଇ.ଟି.ଆଇ. ଥିବା ବେଳେ ସେଥି ମଧ୍ୟରୁ ୩ ହଜାର ୨୪୬ଟି ସରକାରୀ ଆଇ.ଟି.ଆଇ. ରହିଛି। ଓଡ଼ିଶାରେ ୫୧୩ଟି ଆଇ.ଟି.ଆଇ. ମଧ୍ୟରୁ ୬୩ଟି ସରକାରୀ ଓ ୪୫୦ଟି ଘରୋଇ ଆଇ.ଟି.ଆଇ. ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories