www.samajalive.in
Friday, December 5, 2025
17.1 C
Bhubaneswar

ଆପଣ ବି ନିୟମିତ ବ୍ରେଡ଼୍ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଅନେକ ଲୋକ ପାଉଁରୁଟି ବା ବ୍ରେଡ଼ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ପ୍ରାୟତଃ ସକାଳ ଜଳଖିଆରେ ଲୋକେ ଖାଇଥାଆନ୍ତି। କିଛି ଲୋକଙ୍କର ତ ଏହା ଦୈନନ୍ଦିନର ଜଳଖିଆ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ପ୍ରତିଦିନ ଖାଉଥିବା ଏହି ବ୍ରେଡ ଆପଣଙ୍କ ପାଇଁ କେତେ ସୁରକ୍ଷିତ? ବ୍ରେଡ଼ ଖାଇବା ଆମ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏଥିରେ ସୋଡ଼ିୟମ୍ ସ୍ତର ଏତେ ଅଧିକ ଥାଏ ଯେ ଯାହା ହୃଦରୋଗ ସମସ୍ୟା ସୃଷ୍ଟି କରିଥାଏ। ବ୍ରେଡ୍ ଖାଇଲେ ଆମ ଶରୀରରେ ଲୁଣର ମାତ୍ରା ବଢିଯାଏ। ଯାହାଦ୍ବାରା ଅନେକ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ ଚାଲନ୍ତୁ ଜାଣିବା ବ୍ରେଡ଼୍ ଖାଇବା ଦ୍ବାରା ଆମର କି କ୍ଷତି ହୋଇଥାଏ –

-ମଇଦାରେ ପ୍ରସ୍ତୁତ ହୋଇଥିବା କାରଣରୁ ବ୍ରେଡ଼କୁ ହଜମ କରିବାରେ ଶରୀରକୁ ବହୁତ ପରିଶ୍ରମ କରିବାକୁ ପଡ଼େ। ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଲିଭରକୁ ଅନେକ କ୍ଷତି ପହଞ୍ଚାଇଥାଏ।
-ବ୍ରେଡ଼ରେ କୌଣସି ପୋଷକ ତତ୍ତ୍ବ ନଥାଏ। ଯଦି ବ୍ରେଡ଼୍ ଖାଇବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍ ବ୍ରେଡ଼୍ ପରିବର୍ତ୍ତେ ବ୍ରାଉନ୍ ବ୍ରେଡ଼୍ ଖାଆନ୍ତୁ।
-ଅଟା ବ୍ରେଡ଼ରେ କୌଣସି ପୋଷକ ତତ୍ତ୍ବ ନଥାଏ। ଏହାକୁ ତିଆରି କରିବା ପ୍ରଣାଳୀରେ ହିଁ ଅଟାର ସମସ୍ତ ଗୁଣ ଶେଷ ହୋଇଯାଇଥାଏ।
-ଅତ୍ୟଧିକ ବ୍ରେଡ଼୍ ଖାଇଲେ ଖାଦ୍ୟନଳୀରେ ଛିଦ୍ର ହେବାର ସମ୍ଭାବନା ମଧ୍ୟ ଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories