www.samajalive.in
Saturday, December 6, 2025
19.1 C
Bhubaneswar

ଆଲ୍ଲାଙ୍କର ୯୯ ନାମରେ କେଉଁଠି ହିଂସାର ସ୍ଥାନ ନାହିଁ: ସୁଷମା

ଆବୁଧାବି: କେତେକ ରାଷ୍ଟ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି। ନିଜ ମାଟିରେ ଆତଙ୍କବାଦୀ ସୃଷ୍ଟି କରୁଛନ୍ତି। ବିଶ୍ଵରେ ଅଶାନ୍ତି ସୃଷ୍ଟି ପାଇଁ ସେମାନଙ୍କୁ ପାଣ୍ଠି ଯୋଗାଉଛନ୍ତି। ଏହାକୁ ବନ୍ଦ କରିବା ଲାଗି ସମ୍ପୃକ୍ତି ରାଷ୍ଟ୍ରଗୁଡ଼ିକ ଉପରେ ଚାପ ପକାଇବା ଉଚିତ। ଶୁକ୍ରବାର ଆବୁଧାବିରେ ଅନୁଷ୍ଠିତ ଇସଲାମିକ ସହଯୋଗୀ ସଂଗଠନ(ଓଆଇସି) ସମ୍ମିଳନୀରେ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପାକିସ୍ତାନର ନାଁ ନ ଦେଇ ଏଭଳି ମନ୍ତବ୍ୟ ଦେବା ସହ ଏ ଦିଗରେ ପଦକ୍ଷେପ ନେବାକୁ ଇସଲାମିକ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଧର୍ମ ଧର୍ମ ମଧ୍ୟରେ ଲଢ଼େଇ କରାଉଛନ୍ତି। ଧର୍ମ ଯୁଦ୍ଧ ପାଇଁ ପାଣ୍ଠି ଯେଗାଇ ଦେଉଛନ୍ତି। କିନ୍ତୁ ଧର୍ମ ନୁହେଁ, ଆତଙ୍କବାଦ ବିରୋଧରେ ଲଢ଼େଇ ହେବା ଜରୁରୀ। ଇସଲାମ ଧର୍ମରେ ବି ଶାନ୍ତିର ବାର୍ତ୍ତା ରହିଛି। ଆଲ୍ଲାଙ୍କର ୯୯ଟି ନାଁ ଅଛି। କୌଣସି ନାଁରେ ହିଂସାର ସ୍ଥାନ ନାହିଁ। ସେହିପରି ବିଶ୍ଵରେ ସମସ୍ତ ଧର୍ମ ଶାନ୍ତି, ଦୟା, ଭ୍ରାତୃଭାବର ବାର୍ତ୍ତା ଦେଇଥାନ୍ତି ବୋଲି ସୁଷମା କହିଥିଲେ।

- Advertisement -

ସୂଚନାଯୋଗ୍ୟ, ଓଆଇସି ସମ୍ମଳନୀକୁ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଫଳରେ ପାକିସ୍ତାନ ଏହି ସମ୍ମିଳନୀକୁ ବର୍ଜନ କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଛି। ସମ୍ମିଳନୀରେ ଯୋଗାଦେବାରେ ଭାରତର କୌଣସି ଆଇନଗତ ଏବଂ ନୈତିକ ପୃଷ୍ଠଭୂମି ନାହିଁ ବୋଲି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀ କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories