www.samajalive.in
Sunday, December 7, 2025
26.1 C
Bhubaneswar

ଚନ୍ଦା କୋଚର ଏବଂ ଦୀପକ ଭେଣୁଗୋପାଳଙ୍କ ଘରେ ଇଡି ଚଢାଉ

ମୁମ୍ବଇ : ଭିଡ଼ିଓକନ ଋଣ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଏବଂ ଭିଡିଓକନ ପରିଚାଳନା ନିର୍ଦେଶକ ଭେଣୁଗୋପାଳ ଧୂତଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଛି। ମୁମ୍ବଇ ଏବଂ ଅନ୍ୟ କେତେକ ସ୍ଥାନରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ସିବିଆଇ ପକ୍ଷରୁ ଚନ୍ଦା କୋଚରଙ୍କ ବିରୋଧରେ ଲୁକ୍‍ଆଉଟ୍‍ ସର୍କୁଲାର ଜରି କରାଯାଇଛି। ତାଙ୍କ ସ୍ୱାମୀ ଦୀପକ କୋଚରଙ୍କ ଏବଂ ଭେଣୁଗୋପାଳ ଧୂତଙ୍କ ବିରୋଧରେ ପୁନଃ ଲୁକ୍‍ ଆଉଟ୍‍ ନୋଟିସ୍‍ କରାଯାଇଛି। ଅନୁମତି ବିନା ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ସମସ୍ତ ବିମାନ ବନ୍ଦରକୁ ଲୁକ୍‍ଆଉଟ୍‍ ସର୍କୁଲାର ନୋଟିସ୍‍ ପଠାଯାଇଛି।
ପ୍ରକାଶଯୋଗ୍ୟ ଯେ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ଭିଡ଼ିଓକନ ଗ୍ରୁପର ୫ଟି କମ୍ପାନୀକୁ ୩,୨୫୦ କୋଟି ଟଙ୍କା ଋଣ ଦେଇଥିଲା। ପରବର୍ତ୍ତୀ ସମୟରେ ଭିଡ଼ିଓକନ ଗ୍ରୁପ ମୋଟ୍‍ ଋଣର ୮୬ ପ୍ରତିଶତ ଅର୍ଥାତ୍‍ ୨,୮୧୦କୋଟି ଟଙ୍କା ସୁଝି ନଥିଲା। ଫଳରେ ୨୦୧୭ରେ ଏହି ଋଣକୁ ଏନପିଏ ଭାବେ ଘୋଷଣା କରାଯାଇଥିଲା। ଉକ୍ତ ଋଣ ପ୍ରଦାନ କରିବା ପାଇଁ ଗଠିତ କମିଟିରେ ଚନ୍ଦା କୋଚର ଉପସ୍ଥିତ ଥିଲେ। ନିଜ ସ୍ୱାମୀଙ୍କ କମ୍ପାନୀକୁ ଋଣ ଦେବା ପାଇଁ ଚନ୍ଦା କୋଚର ପକ୍ଷପାତିତା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସିବିଆଇ ଚନ୍ଦା କୋଚରଙ୍କ ବିରୋଧରେ ତଦନ୍ତ ଜାରି ରଖିଛି। ଏହି ଋଣ ମିଳିବା ପରେ ଭିଡ଼ିଓକନ ଗ୍ରୁପର ଅଧ୍ୟକ୍ଷ ବେଣୁଗୋପାଳ ଧୂତ ମଧ୍ୟ ଦୀପକ କୋଚରଙ୍କ ନ୍ୟୁପାୱାର କମ୍ପାନୀରେ ଅର୍ଥ ବିନିଯୋଗ କରିଥିଲେ। ଏହି ମାମଲାରେ କିଛି ଦିନ ତଳେ ଇଡ଼ି ପକ୍ଷରୁ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ ଏବଂ ଭେଣୁଗୋପାଳଙ୍କ ବିରୋଧରେ ବେଆଇନ୍‍ ଅର୍ଥକାରବାର ନିରୋଧୀ ଆଇନ୍‍ (ପିଏମ୍‍ଏଲଏ)ରେ ମାମଲା ରୁଜୁ କରାଯାଇଥିଲା। ଏହା ପୂର୍ବରୁ ଜାନୁଆରୀରେ ସିବିଆଇ ଏହି ମାମଲାରେ ଚନ୍ଦା, ତାଙ୍କ ସ୍ୱାମୀ ଓ ଭେଣୁଗୋପାଳଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଇଡି ଭିଡିଓକନ କମ୍ପାନୀର ମୁମ୍ବଇ- ଔରଙ୍ଗାବାଦସ୍ଥିତ କାର୍ଯ୍ୟାଳୟ, ଦୀପକ କୋଚରଙ୍କ ଠିକଣା ଉପରେ ଚଢାଉ କରିଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories