www.samajalive.in
Wednesday, December 10, 2025
14.1 C
Bhubaneswar

ସଂସଦ ପରେ ଗୃହ ମନ୍ତ୍ରଣାଳୟ ସୁରକ୍ଷାରେ ତ୍ରୁଟି, ପଶିଲା ସନ୍ଦିଗ୍ଧ ଯୁବକ

ନୂଆଦିଲ୍ଲୀ: ସଂସଦ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷାରେ ତ୍ରୁଟି ଘଟଣା ସାମ୍ନାକୁ ଆସିଛି। ନକଲି ପରିଚୟପତ୍ର ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ ଯୁବକୁ ଗିରଫ କରିଛି ଏବଂ ତାକୁ ମିଳିତ ଭାବେ ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ, ନକଲି ପରିଚୟ ପତ୍ର ସାହାଯ୍ୟରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକକୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାମ ଆଦିତ୍ୟ ପ୍ରତାପ ସିଂହ। ତେବେ ଆଦିତ୍ୟ କେଉଁ ଉଦ୍ଦେଶ୍ୟରେ ନକଲି ପରିଚୟପତ୍ରରେ ପ୍ରବେଶ କରିିଥିଲା, ସେନେଇ ପୁଲିସ ଯାଞ୍ଚ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆତଙ୍କୀ କୋଣ ନେଇ କୌଣସି ସୂଚନା ମିଳିନାହିଁ। ଖବର ମୁତାବକ, ସେ କାହାକୁ ଠକିବା ଉଦ୍ଦେଶ୍ୟରେ ଭିତରକୁ ପ୍ରବେଶ କରିଥିଲା। ସ୍ୱତନ୍ତ୍ର ସେଲ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅଭିଯୁକ୍ତକୁ ପଚରାଉଚରା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୩ରେ ଲୋକସଭାରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେସ୍କକୁ ଡେଇଁଥିଲେ ଏବଂ ରଙ୍ଗୀନ ଧୂଆଁ ଛାଡ଼ିଥିଲେ। ଏହି ସମୟରେ ପୁରା ହଲ୍ ଧୂଆଁମୟ ହୋଇଯାଇଥିଲା। ଏଥିସହିତ ତାଙ୍କର ଆଉ କେତେକ ସହଯୋଗୀ ସଂସଦ ବାହାରେ ମଧ୍ୟ ସମାନ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତ ତଦନ୍ତକାରୀଙ୍କୁ କହିଥିଲେ ଯେ, ମଣିପୁର ହିଂସା, ବେକାରୀ ଏବଂ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories