www.samajalive.in
Monday, December 15, 2025
24.1 C
Bhubaneswar

ରିଲିଜ୍‌ ହେଲା ‘ବ୍ରହ୍ମାସ୍ତ୍ର’ ଟ୍ରେଲର; ଶାହରୁଖଙ୍କୁ ଖୋଜି ବାହାରକଲେ ଦର୍ଶକ

ମୁମ୍ବାଇ: ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଏହି ପିଲ୍ମର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଇଣ୍ଟରନେଟରେ ନିଆଁ ଲଗାଇଦେଇଛି। ‘ବ୍ରହ୍ମାସ୍ତ୍ର’ର ଟ୍ରେଲରକୁ ଲୋକେ ଏ​‌ତେ ନୀରି​‌କ୍ଷଣ କରି ଦେଖିଛନ୍ତି ଯେ, ସେଥିରେ ଶାହରୁଖ ଖାନଙ୍କୁ ମଧ୍ୟ ଖୋଜି ବାହାର କରି ଦେଇଛନ୍ତି।

ଦୀର୍ଘ ଦିନ ଧରି ପରଦାରେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଅପେକ୍ଷା କରି ରହିଥିଲେ, ଯାହାକି ଏବେ ପୁରା ହେବାକୁ ଯାଉଛି। ଲୋକେ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଦେଖିଲେ ଓ ଲକ୍ଷ୍ୟ କଲେ ଯେ, ଏଥିରେ କିଙ୍ଗ୍‌ ଖାନ ଅଛନ୍ତି। ଶାହରୁଖ ଖାନଙ୍କ ପ୍ରଶଂସକମାନେ ଟ୍ରେଲରର ସ୍କ୍ରିନ ସଟ୍ ନେଇ ଫିଲ୍ମରେ ଅତିଥି କଳାକାର ଭାବେ ନଜର ଆସିବେ ବୋଲି ଦାବି କରିଛନ୍ତି। ତେବେ ଅସଲ କଥା ଫିଲ୍ମ ରିଲିଜ୍ ହେବା ପରେ ଜଣାପଡ଼ିବ।

- Advertisement -

ଯଦି ବାସ୍ତବରେ ଶାହାରୁଖ ଖାନ ‘ବ୍ରହ୍ମାସ୍ତ୍ର’ରେ କୌଣସି ପ୍ରକାରର ଭୂମିକା ଗ୍ରହଣ କରୁଛନ୍ତି, ତେବେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସିର ବିଷୟ। ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୋନୀ ରୟ ଅଭିନୀତ ଚଳଚ୍ଚିତ୍ର ସେପ୍ଟେମ୍ବର ୯ ତାରିଖରେ ମୁକ୍ତିଲାଭ କରିବ। ଏଥିରେ ରଣବୀର କପୁର ଶିବା ଏବଂ ଆଲିଆ ଇଶା ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲର ଦେଖି ଲୋକମାନେ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହୁଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories