ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ସୂଚନା ମୁତାବକ ୧୩ ଗୋଟି  ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ୧୩ ଗୋଟି ୱାର୍ଡର ପ୍ରତ୍ୟେକ ଗୋଷ୍ଠୀରୁ ୧୦ ଜଣ ଲେଖାଏଁ ସର୍ବମୋଟ ୧୩୦ ଜଣ ସଦସ୍ୟା ଯୋଗଦେଇଥିଲେ । ଏହି କାର୍ଯ୍ୟାଦେଶ ବଣ୍ଟନ ଉତ୍ସବରେ ପରିଷଦର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତି ଓ କର୍ମଚାରୀ ଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.