www.samajalive.in
Sunday, December 7, 2025
26.1 C
Bhubaneswar

ବାଉଁଶୁଣୀ ଠାରେ ବାଇପାସ ନିର୍ମାଣ କେବେ ? 

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ବଜାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଅଟେ। ଏହାଛଡା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ- ସୋନପୁର ମଝିର ଏକ ଗୁରୁତ୍ୱପୂର୍ଣ୍ଣ ବସଷ୍ଟପ ବାଉଁଶୁଣୀ ହୋଇଥିବା ଯୋଗୁଁ ଓ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ପାଇଁ  ଆଖପାଖ ୧୦ଟି ପଞ୍ଚାୟତର ଲୋକେ ଏହି ବଜାରକୁ ଅଧିକାଂଶ ସମୟରେ ଆସିଥାନ୍ତି।  ବାହାର ଲୋକ ବିଭିନ୍ନ ଯାନବାହନ ନେଇ ଆସୁଥିବା ସହ ସ୍କୁଲ ଓ କଲେଜକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯିବା ଆସିବା ସମୟରେ ଏଠାରେ ଟ୍ରାଫିକ ସମସ୍ୟା ଦେଖା ଯାଇଥାଏ।  ଗୋଛାପଡା ଅଞ୍ଚଳରେ ସ୍ଥାପନ ହୋଇଥିବା ୬ଟି ଷ୍ଟୋନ୍ କ୍ରସର ଏହି ଟ୍ରାଫିକ ସମସ୍ୟାକୁ ଦ୍ବିଗୁଣିତ କରିଥାଏ।ଯେହେତୁ ଏହି ସବୁ କ୍ରସର ଗୁଡିକରୁ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ଵ ହାଇୱା ବିଭିନ୍ନ ନିର୍ମାଣ ସାମଗ୍ରୀ ବୋଝେଇ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଏପରିକି ବାହାର ଜିଲ୍ଲାକୁ ମଧ୍ୟ ରପ୍ତାନୀ କରିଥାନ୍ତି।

ହରଭଙ୍ଗା ଅଞ୍ଚଳରେ ଜନ ଆନ୍ଦୋଳନ ଯୋଗୁଁ କ୍ରସର ଶିଳ୍ପ ବନ୍ଦ ହୋଇ ଯାଇଥିବା କାରଣରୁ ଗୋଛାପଡା ଆଞ୍ଚଳ କ୍ରସର ଗୁଡିକରୁ ବାହାରୁଥିବା ନିର୍ମାଣ ସାମଗ୍ରୀର ଚାହିଦା ଅନେଜ ପରିମାଣରେ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ କ୍ରସର ମାଲିକମାନେ ମାଲାମାଲ ହେଉଥିବାବେଳେ ସ୍ଥାନୀୟ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏସବୁ ଭାରିଯାନ ଯିବାଆସିବା କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହ ବହୁଳ ମାତ୍ରାରେ ଧୂଳିଗୁଣ୍ଡ ଉଡୁଥିବାରୁ ସବୁବେଳେ ପରିବେଶ ଧୂଳିମୟ ହୋଇ ରହୁଛି। ଏଥିପାଇଁ ଏଠାରେ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ନାଗରିକ କମିଟି ଓ ଜନସାଧାରଣ ବହୁ ଦିନ ହେଲା ଦାବି କରି ଆସୁଛନ୍ତି।ଯଦି ଟ୍ରାଫିକ ସମସ୍ୟା ସୁଧାର ପାଇଁ ମନମୁଣ୍ଡାରେ ବାଇପାସ ନିର୍ମାଣ ହୋଇପାରିଲା ତେବେ ବାଉଁଶୁଣି ବଜାରରେ ବାଇପାସ ରାସ୍ତା ନିର୍ମାଣ ହେବ ନାହିଁ କାହିଁକି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି।

- Advertisement -

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories