ବୌଦ୍ଧ ପୌର ନିର୍ବାଚନ ପଞ୍ଚମ ଦିନ ସୁଧା ୭୭ଜଣ ନାମାଙ୍କନ ପତ୍ର ଖରିଦ, ଅଧ୍ୟକ୍ଷ ପ୍ରାର୍ଥୀ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକା ପଞ୍ଝା

ବୌଦ୍ଧ: ବୌଦ୍ଧଗଡ ଏନଏସି ପାଇଁ ହେବାକୁଥିବା ନିର୍ବାଚନରେ ନାମାଙ୍କନପତ୍ର ଦାଖଲର ପଞ୍ଚମ ଦିନରେ ଅଧକ୍ଷ୍ୟ ପଦ ପାଇଁ ୩ ଜଣ ଓ କାଉନସିଲର ପଦ ପାଇଁ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କିଣିଥିବା ଜଣାପଡିଛି। ପଞ୍ଚମ ଦିନ ସୁଧା ୭୭ ଜଣ ନାମାଙ୍କନ ପତ୍ର ଖରିଦ କରିଥିବା ଜଣାପଡିଛି। ପଞ୍ଚମ ଦିନରେ ଅଧକ୍ଷ୍ୟ ପଦବୀ ପାଇଁ ବଗିଚାସାହିର ଦେବାଶିଷ ପୁରୋହିତ, ବୁଟୁପାଲିର ରାଜ କୁମାର ମେହେର ଓ ନୁଆସହିର ଯୁଗଳ କିଶୋର ସାମଲ ପ୍ରାର୍ଥୀପତ୍ର କିଣିଥିବାବେଳେ ସମସ୍ତେ ବିଜେପିର ଆଶାୟୀ ପ୍ରାର୍ଥୀ ବୋଲି କୁହାଯାଉଅଛି। ସେହିପରି ବିଭିନ୍ନ ୱାର୍ଡ ପାଇଁ ୪୨ ଜଣ କାଉନସିଲ ପଦବୀ ପାଇଁ ନାମାଙ୍କନ କିଣିଥିବା ଜଣାପଡିଛି। ସୋମବାର ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ଅଧକ୍ଷ୍ୟ ପଦବୀ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକା ପଞ୍ଝା ଜାରି ରହିଛି। ନାମାଙ୍କନ ପତ୍ର ଦାଖଲ ପାଇଁ ହାତରେ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏପଟେ ରାଜନୈତିକ ଦଳର ଅଙ୍କ ଛିଣ୍ଡୁ ନଥିବାରୁ ଆଶୟୀଙ୍କ ମଧ୍ୟରେ ଦିନକୁ ଦିନ ହତାଶା ଭାବ ବୃଦ୍ଧି ପାଉଛି। କିଏ କେଉଁ ଦଳର ଟିକେଟ ପାଇବେ ସେ ନେଇ ମଧ୍ୟ ସହରରେ ରାଜନୀତି ଉଷ୍ମ ହୋଇପଡିଛି। ଜିଲାର ନିର୍ବାଚନ ଇତିହାସରେ ବିଜେଡିର ଦବଦବା ରହିଆସିଥିବାବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରାଯାଉନଥିବାରୁ ବିରୋଧୀ ଦଳମାନେ ମଧ୍ୟ ପ୍ରାର୍ଥୀ ଚୟନରେ ବିଳମ୍ବ କରୁଥିବା ଆଲୋଚନା ହେଉଛି। ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିରେ ଆଶାୟୀଙ୍କ ଭିଡ ସମସ୍ୟା ସୃଷ୍ଟି କରୁଥିବାବେଳେ ବିଜେପି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ସମସ୍ୟା ସୃଷ୍ଟି କରୁଥିବା ଆଲୋଚନା ହେଉଅଛି।

 

prayash

ତେଣୁ ବିଜେଡି ପ୍ରାର୍ଥୀ ଚୟନରେ ସ୍ଥିର ରହିଥିବାବେଳେ ବିଜେପି ନେତାଙ୍କ ମଧ୍ୟରେ ପ୍ରାର୍ଥୀ ଚୟନରେ ସମନ୍ୱୟ ହୋଇପାରୁନଥିବା ଜଣାଯାଇଛି। କଂଗ୍ରେସ କିନ୍ତୁ ଅଧ୍ୟକ୍ଷ ପ୍ରାର୍ଥୀ ନେଇ ସ୍ଥିର ନିଶ୍ଚିତ ହୋଇସାରିଥିବାସହ ଅନ୍ୟ ଦଳମାନଙ୍କ ଗୋଟି ଚାଳନା ଉପରେ ଲକ୍ଷ ରଖି ଏପର୍ଯ୍ୟନ୍ତ ତାଲିକା ପ୍ରକାଶ କରୁନଥିବା କୁହାଯାଉଅଛି। ସେ ଯାହାହଉ ୭ ତାରିଖ ନାମାଙ୍କନ ପତ୍ରରେ ଶେଷ ଦିନ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଜିଲାର ରାଜନୈତିକ ମାହୋଲକୁ ସରଗରମ ରଖିଛି। ମିଳିଥିବା ସୂଚନା ମୁତାବକ ପଞ୍ଚମ ଦିନ ସୁଧା ୭୭ ଜଣ ନାମାଙ୍କନ ପତ୍ର ଖରିଦ କରିଥିବାବେଳେ ମାତ୍ର ୨ ଜଣ ପ୍ରାର୍ଥୀ ଅଧକ୍ଷ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

kalyan agarbati

Comments are closed.