‘ସଂଗ୍ରାମୀ ଭୂମିପୁତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ସାମାଜିକ ସଙ୍ଗଠନ ‘ଏକାମ୍ରକ’ ପକ୍ଷରୁ ସ୍ଥାନୀୟ ସ୍କାଉଟ୍ସ ଓ ଗାଇଡ୍ସ ରାଜ୍ୟ ମୁଖ୍ୟାଳୟ ପରିସରରେ ‘ସଂଗ୍ରାମୀ ଭୂମିପୁତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ସ୍ବତନ୍ତ୍ରତା ସେନାନୀ ଏବଂ ଉତ୍ତର ଦାୟାଦ ସଂଯୁକ୍ତ ସଙ୍ଗଠନର ଓଡିଶା ଶାଖା ସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ଡ. ପ୍ରଫୁଲ କୁମାର ମିଶ୍ର, ମୁଖ୍ୟ ଅତିଥିଭାବେ ଐତିହାସିକ ତଥା ସଂସ୍କୃତିବିତ୍ ଅନିଲ୍ ଧିର ଯୋଗଦାନ କରି ପୁସ୍ତକ ଉନ୍ମୋଚନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜୟ ତ୍ରିପାଠୀ, ସୀତାବଲ୍ଲଭ ମହାପାତ୍ର, ଶିବ ନାରାୟଣ ମିଶ୍ର ଯୋଗଦେଇ ଏହି ପୁସ୍ତକ ସଙ୍କଳନ ଏକ ସ୍ବାଗତଯୋଗ୍ୟ ଉଦ୍ୟମ ବୋଲି ପ୍ରକାଶ କରିଥିଲେ । ଏକାମ୍ରକର ସଭାପତି ଗୋଲକ ବିହାରୀ ସିଂହ ତଥା ସମ୍ପାଦକ ସୁବାସ ଚନ୍ଦ୍ର ରଥ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

Comments are closed.