www.samajalive.in
Monday, December 15, 2025
24.1 C
Bhubaneswar

ଯେ କୌଣସି ଦେଶର ଅର୍ଥନୀତିକୁ ବଦଳାଇ ଦେବାର କ୍ଷମତା ରଖନ୍ତି ଏହି ପପ୍‌‌ ସିଙ୍ଗର

ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨୦୨୪କୁ ନେଇ ସାରା ବିଶ୍ୱରେ ଉତ୍ସାହ। ୨ମାସ ପରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍‌‌ ମହାକୁମ୍ଭ କ୍ରୀଡାକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ଫ୍ରାନ୍ସ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ୨୪ ଅଲିମ୍ପିକ୍ସ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଫ୍ରାନ୍ସ। ଏହି ଅଲିମ୍ପିକ୍ସରେ ସାମିଲ ହେବେ ଆମେରିକୀୟ ପପ୍‌‌ ସିଙ୍ଗର ଟେଲର ସୁଇଫ୍ଟ। ଏହି ସିଙ୍ଗର ଅଲିମ୍ପିକ୍ସରେ ସାମିଲ ହେବା ମାତ୍ରେ ଫ୍ରାନ୍ସର ଅର୍ଥନୀତିରେ ଉନ୍ନତି ଆସିବା ନେଇ ଆକଳନ କରାଯାଉଛି। ଦି ନ୍ୟୁୟର୍କ ଟାଇମ୍ସର ଖବର ଅନୁସାରେ ୩୪ବର୍ଷୀୟ ସିଙ୍ଗର ଟେଲର ସୁଇଫ୍ଟ ଏଠାରେ ସଙ୍ଗୀତ ପରିବେଷଣ କରିବେ। ରିପୋର୍ଟ ଅନୁସାରେ ସିଙ୍ଗର ଟେଲର ସୁଇଫ୍ଟ କେବଳ ୨୦୦ଟି ଶୋ କରିବାକୁ ଯାଉଛନ୍ତି। ଏଇ ମାସ ଆରମ୍ଭରେ ସୁଇଫ୍ଟଙ୍କର ୪ଟି ଶୋ ପାଇଁ ହୋଟେଲ ବୁକିଂ ମାସେ ପୂର୍ବରୁ ଆରମ୍ଭ ହୋଇଥିଲା। ଆମେରିକୀୟ ପପ୍‌‌ ସିଙ୍ଗରଙ୍କ ଆଗମନର ଉତ୍ସାହ ପୁରା ଅଲିମ୍ପିକରେ ଛାଇ ଯାଇଛି। ଟେଲର ସୁଇଫ୍ଟଙ୍କ ଶୋ ଏବଂ ତାଙ୍କୁ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଫ୍ୟାନ୍ସମାନେ ତାଙ୍କୁ ସ୍ୱାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି।
ନ୍ୟୁୟର୍କର ବିଳାସପୂର୍ଣ୍ଣ ଟ୍ରାଭେଲ ଏଜେନ୍ସିର ସହ ପ୍ରତିଷ୍ଠାତା ଜ୍ୟାକ୍‌‌ ଇଜନ ବିବୃତ୍ତିରେ କହିଛନ୍ତି ଯେ ଟେଲର ସୁଇଫ୍ଟଙ୍କ କ୍ରେଜ୍‌‌ ପ୍ରଶଂସକଙ୍କ ମଧ୍ୟରେ ଅନେକ ରହିଛି। ଆମେରିକାର ଜାତୀୟ ଫୁଟବଲ ଲିଗ୍‌‌ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ଟେଲର ସୁଇଫ୍ଟ ଆଗମନ କରିଥିଲେ ସେତେବେଳେ ସୁପର ବୋଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଟେଲର ସୁଇଫ୍ଟଙ୍କ ଶୋ ପାଇଁ ଜାପାନ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଭଳି ଦେଶର ଅର୍ଥନୀତିରେ ଏକ ବଡ ଧରଣର ଅଭିବୃଦ୍ଧି ଘଟିଛି। ଟେଲରଙ୍କ ପରିବେଷଣ ପରେ ଏହି ଦେଶଗୁଡିକ ବହୁତ ଲାଭବାନ ହୋଇଥିଲେ। ଏଠାରେ ସରକାର କେବଳ ପର୍ଯ୍ୟଟନ କ୍ଷେତ୍ରରୁ ୨-୨ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି।
ସେହିପରି ଆମେରିକାର ଜିଡ଼ିପି ଅଭିବୃଦ୍ଧିରେ ଟେଲରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗତବର୍ଷ ଆମେରିକା ଜିଡ଼ିପିରେ ୩୫ହଜାର କୋଟିର ଯୋଗଦାନ ଦେଇଥିଲେ। ଏଠାରେ କହି ରଖୁଛୁ ଯେ ଟେଲର ସୁଇଫ୍ଟ ଦୁନିଆର ପ୍ରଥମ ଅରବପତି ଗାୟକ। ଯିଏକି ତାଙ୍କ ଯାଦୁକରୀ କଣ୍ଠ ସହିତ ତାଙ୍କ ଲୁକ୍‌‌ ସଭିଁଙ୍କୁ ଆକର୍ଷିତ କରିଥାଏ। ତାଙ୍କ ଗୀତକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଏ। ଖୁବ ଅଳ୍ପ ବୟରେ ଟେଲର ନିଜ ପ୍ରଦର୍ଶନ ଦ୍ୱାରା ୧.୧ ବିଲିୟନ ଡଲାର ସମ୍ପତ୍ତିର ମାଲିକାଣି ହୋଇପାରିଛନ୍ତି। ସିଙ୍ଗରଙ୍କ ଏହି ସମ୍ପତ୍ତି ପ୍ରାୟ ୩୫ଦେଶର ଜିଡ଼ିପି ଠାରୁ ଅଧିକ। ଖୁବକମ ବୟସରୁ ଅନେକ ବଡ ବଡ ସିଙ୍ଗରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଟେଲର।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories