www.samajalive.in
Monday, December 15, 2025
27.1 C
Bhubaneswar

ଆମେରିକାରେ ବସି ଷଡ଼ଯନ୍ତ୍ର ରଚିଥିଲା ବନ୍ଧୁ, ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲା ୫ କୋଟିର ସୁପାରି

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶୀ ସାଂସଦ ଅନୱରୁଲ ଅଜିମ ଅନୱରଙ୍କ ହତ୍ୟା ମାମଲାର ତଦନ୍ତରୁ ପଶ୍ଚିମବଙ୍ଗ ସିଆଇଡିକୁ ନୂଆ ତଥ୍ୟ ମିଳିଛି। ଅଜିମଙ୍କ ଜଣେ ବନ୍ଧୁ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଆମେରିକାରେ ବସି ସେ ହତ୍ୟାର ଷଡ଼ଯନ୍ତ୍ର କରିବା ସହିତ ଏଥିପାଇଁ ହତ୍ୟାକାରୀଙ୍କୁ ୫ କୋଟି ଟଙ୍କା ସୁପାରି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାଂସଦ ଅଜିମଙ୍କୁ କଲକାତାର ଏକ ଫ୍ଲାଟରେ ହତ୍ୟା କରାଯାଇଥିବା ନେଇ ବାଂଲାଦେଶ ଗୃହମନ୍ତ୍ରୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଗତ ୧୩ ତାରିଖରେ ଅଜିମ କଲକାତା ଆସିଥିଲେ। ସେବେଠାରୁ ସେ ନିଖୋଜ ହୋଇଯାଇଥିଲେ। କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗ ସରକାର ସିଆଇଡିକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଅଜିମଙ୍କର ଜଣେ ବନ୍ଧୁ ଆମେରିକାରେ ରହିଛନ୍ତି। ସେ ଆମେରିକାର ବାସିନ୍ଦା। ତାଙ୍କର ଏକ ଫ୍ଲାଟ କଲକାତାରେ ରହିଛି। ସେ ହିଁ ଅଜିମଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ୫ କୋଟି ଟଙ୍କା ସୁପାରି ଦେଇଥିଲେ। ଏହି ଘଟଣାରେ ସିଆଇଡି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories