www.samajalive.in
Monday, December 15, 2025
26.1 C
Bhubaneswar

ଆଶ୍ଚର୍ଯ୍ୟକର! ଏହି ମନ୍ଦିରରେ ଦିନ​‌କୁ ୩ ଥର ରୂପ ବଦଳାନ୍ତି ମା’, ସକାଳେ ଝିଅ ତ ସନ୍ଧ୍ୟାରେ ବୃଦ୍ଧ ମହିଳା..

ସମାଜ ଡିଜିଟାଲ ଡେସ୍କ: ଯେମିତି ହରିଦ୍ୱାରରେ ମା’ ଗଙ୍ଗା ତାଙ୍କ ପବନ ପୁତ୍ର ହନୁମାନଙ୍କୁ ସ୍ନାନ କରାଇବାକୁ ଆସନ୍ତି, ସେହିଭଳି ସମୁଦ୍ର ନିଜେ ଭଗବାନ ଶିବଙ୍କ ଅଭିଷେକ କରିବା ପାଇଁ ରାମେଶ୍ୱରମକୁ ଆସିଥା’ନ୍ତି। ସେମିତି ଏକ ଚମତ୍କାରୀ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରରେ ମଧ୍ୟ ଅଛି। ଏହ ହେଉଛି ମା’ ଧାରୀଙ୍କ ମନ୍ଦିର। ମା’ ଧାରୀଙ୍କୁ ପାହାଡ଼ ଏବଂ ତୀର୍ଥଯାତ୍ରୀଙ୍କ ରକ୍ଷାକାରୀ ଦେବୀ ବୋଲି ବିଶ୍ଵାସ କୁହାଯାଏ। ମା’ ଧାରୀଙ୍କ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ।

ରିପୋର୍ଟ ମୁତାବକ, ଭକ୍ତଙ୍କୁ ଏଠାରେ ଦୈନିକ ଚମତ୍କାର ଦେଖିବାକୁ ମିଳିଥାଏ। ଏଠାରେ ମା’ ଧାରୀଙ୍କ ମୂର୍ତ୍ତି ଦିନକୁ ତିନିଥର ନିଜ ରୂପ ବଦଳାଇଥା’ନ୍ତି। ମା’ ସକାଳେ ଏକ ଶିଶୁ କନ୍ୟା ପରି ଦେଖାଯା’ନ୍ତି। ଦ୍ବିପ୍ରହର ସମୟରେ ଜଣେ ଯୁବତୀ ଏବଂ ସନ୍ଧ୍ୟାରେ ଜଣେ ବୃଦ୍ଧା ରୂପରେ ମା’ଙ୍କୁ ଦେଖିବାକୁ ମିଳେ। ମା’ଙ୍କ ଏହି ଚମତ୍କାର ଦେଖି ଭକ୍ତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

- Advertisement -

ମା’ ଧାରୀଙ୍କ ମନ୍ଦିର ବିଷୟରେ ଏକ ପୌରାଣିକ କଥା ମଧ୍ୟ ପ୍ରଚଳିତ। ସ୍ଥାନୀୟ ଲୋକ କୁହନ୍ତି ଯେ, ଥରେ ମା’ଙ୍କ ମନ୍ଦିର ବନ୍ୟାରେ ଧୋଇ ହୋଇଯାଇଥିଲା। ମା’ଙ୍କ ମୂର୍ତ୍ତି ମଧ୍ୟ ମନ୍ଦିର ସହିତ ଭାସି ଯାଇଥିଲା। ମା’ଙ୍କ ମୂର୍ତ୍ତି ଆଗକୁ ଯାଇ ଧାରୋ ଗ୍ରାମ ନିକଟରେ ଏକ ଚଟ୍ଟାରରେ ଅଟକି ଗଲା। କୁହାଯାଏ ଯେ, ସେହି ମୂର୍ତ୍ତିରୁ ଏକ ଦିବ୍ୟ ସ୍ୱର ବାହାରିଥିଲା, ଯାହା ଗ୍ରାମବାସୀଙ୍କୁ ସେହି ସ୍ଥାନରେ ପ୍ରତିମା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଗ୍ରାମବାସୀ ମା’ଙ୍କ ଆଦେଶ ପାଳନ କରି ସେଠାରେ ମା’ଙ୍କ ମନ୍ଦିର ନିର୍ମାଣ କରିଥିଲେ।

ମା’ଙ୍କ ବିଷୟରେ ଆଉ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳେ। ବିଶ୍ୱାସ ରହିଛି ଯେ, ୨୦୧୩ ମସିହାରେ ମା’ଙ୍କର ଏହି ମନ୍ଦିର ଭାଙ୍ଗି ଦିଆଯାଇଥିଲା ଏବଂ ମା’ଙ୍କ ମୂର୍ତ୍ତିକୁ ମୂଳ ସ୍ଥାନରୁ ହଟାଇ ଦିଆଯାଇଥିଲା। ଏହି କାରଣରୁ ଉତ୍ତରାଖଣ୍ଡରେ ସେହି ବର୍ଷ ଭୟଙ୍କର ବନ୍ୟା ଆସିଥିଲା। ସେହି ବନ୍ୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। କୁହାଯାଏ ଯେ, ୨୦୧୩ ମସିହା ଜୁନ୍ ୧୬ ତାରିଖ ସନ୍ଧ୍ୟାରେ ଧାରୀ ଦେବୀଙ୍କ ମୂର୍ତ୍ତି ହଟାଯାଇଥିଲା ଏବଂ ଏହାର କିଛି ଘଣ୍ଟା ପରେ ରାଜ୍ୟରେ ବିପର୍ଯ୍ୟୟ ଆସିଥିଲା। ଏହାପରେ ସେହି ସ୍ଥାନରେ ପୁନର୍ବାର ମନ୍ଦିର ନିର୍ମାଣ କରାଯାଇଥିଲା।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories