ବିଓବି ନେଟୱର୍କ-୧ କାର୍ଯ୍ୟାଳୟର ନୂତନ ଉପ-ମହାପ୍ରବନ୍ଧକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ବରୋଦାର ନୂତନ କରି ଗଠିତ ହୋଇଥିବା ପାଟଣା ଜୋନ୍‌ ଅନ୍ତର୍ଗତ ନେଟୱର୍କ-୧ କାର୍ଯ୍ୟାଳୟ, ଭୁବନେଶ୍ୱରର ନୂତନ ଉପ-ମହାପ୍ରବନ୍ଧକ ରୂପେ ଡଃ ରମେଶ କୁମାର ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

prayash

ଓଡିଶା ଓ ଝାଡଖଣ୍ଡର ୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟର ୨୯୩ଟି ଶାଖା ଏହି ନେଟୱର୍କ ଅଧିନରେ କାର୍ଯ୍ୟ କରିବ ଯେଉଁଥିରୁ ୩ଟି କ୍ଷେତ୍ର ଓଡିଶା ଅଧିନରେ ଏବଂ ୨ କ୍ଷେତ୍ର ଝାଡଖଣ୍ଡ ଅଧିନରେ କାର୍ଯ୍ୟ କରିବ । ଏହା ପୂର୍ବରୁ ଏହି କାର୍ଯ୍ୟାଳୟଟି ଜାମସେଦପୁରରୁ ସାମୟିକ ଭାବେ କାର୍ଯ୍ୟ କରୁଥିଲା । ଡଃ ମହାନ୍ତି ଏହା ପୂର୍ବରୁ ଛତିଶଗଡର ଦୁର୍ଗ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରୂପେ କାର୍ଯ୍ୟ କରୁଥିଲେ । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଓଡିଶା ତଥା ଝାଡଖଣ୍ଡର ଋଣ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ କ୍ଷୁଦ୍ର ଋଣ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି, ଖୁଚୁରା ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ସେ ମଧ୍ୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ ଉପରେ ବିଶେଷ ଧ୍ୟାନ ଦେବେ, ଯେଉଁଥିରୁ ସେମାନେ ଉପକୃତ ହୋଇପାରିବେ ।

ଡଃ ମହାନ୍ତି ୧୯୯୩ ମସିହାରେ ଇ-ଦେନା ବ୍ୟାଙ୍କରେ ଜନୈକ ଅଫିସର ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରିବା ସହ ଉଭୟ ଶାଖା ଓ କଣ୍ଟ୍ରୋଲିଂ କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି । ତାଙ୍କର ଉକ୍ରୃଷ୍ଟ ରେକର୍ଡ ପାଇଁ ସେ ନିଜ ପାଇଁ ତଥା ବ୍ୟାଙ୍କ ପାଇଁ ଅନେକ ପୁରସ୍କାର ପ୍ରାପ୍ତ କରିଛନ୍ତି । ସେ ତାଙ୍କର ଦୀର୍ଘ ୨୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗୁଜୁରାଟ, ପଶ୍ଚିମ ବଙ୍ଗ ଓ ନୂଆ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ।

Comments are closed.