ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ୧୨୫ କୋଟି ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି।

ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଯେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପାଇଁ ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି ଅଟେ। ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ପ୍ରଦର୍ଶନ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରକାଶ କରିଛନ୍ତି।

Comments are closed.