www.samajalive.in
Friday, December 5, 2025
26.1 C
Bhubaneswar

ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ବନାଞ୍ଚଳ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। କମର୍ଦ୍ଧା ସେକ୍ସନର ବନପାଳ ରମେଶ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ଭୁର୍ଟିଗଡ଼ ସେକ୍ସନର ବନପାଳ କିଶୋର ଚନ୍ଦ୍ର ସାହୁ, କମର୍ଦ୍ଧା ସମିତି ସଦସ୍ୟା ସୁଶୀଳା ମାଝୀ, ନାଏବ ସରପଞ୍ଚ ପିତାମ୍ବର ପୁଟେଲ, ସମାଜସେବୀ ଭଗବାନ ମାଝୀ, ଆମ ଜଙ୍ଗଲ ଯୋଜନାର ଡିଇଓ ପଦ୍ମଲୋଚନ ସେନାପତି, ବନରକ୍ଷୀ ସୁଶୀଲ କୁମାର ମହାରଣାଙ୍କ ସମେତ ବନ ସୁରକ୍ଷା ସମିତିର ବହୁ ସଂଖ୍ୟକ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ଏହି ବନ ମହୋତ୍ସବକୁ ସଫଳ କରାଇଥିଲେ।
ଏହି ଅବସରରେ ମସ୍କାଗୁଡା ଜଙ୍ଗଲରେ କରଞ୍ଜ, ବାଉଁଶ ଆଦି ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ବନବିଭାଗର ଅସ୍ଥାୟୀ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସବୁବେଳେ ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ ହେଉଥିବା ନର୍ଲା ବନାଞ୍ଚଳର ଏଇ ସେକ୍ସନ ଓ ବିଟ ଅଞ୍ଚଳରେ ଜନସାଧାରଣଙ୍କ ସହଭାଗିତାରେ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ବନବିଭାଗ ଅଣ୍ଟା ଭିଡ଼ି ଥିବାବେଳେ ମସ୍କାଗୁଡା ବନ ମହୋତ୍ସବରେ ଏହାର ନିଦର୍ଶନ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଜନ ସାଧାରଣ ଓ ବନ ବିଭାଗର ମିଳିତ ସହଯୋଗରେ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଜାରି ରହିବ ବୋଲି କମର୍ଦ୍ଧା ବନପାଳ ଶ୍ରୀ ବାଗ ପ୍ରକାଶ କରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories