ସାଧାରଣତ ପୁଅ ଝିଅମାନେ ବାପା ମାଙ୍କ ପାଖରେ ନିଜର ବିଭିନ୍ନ ମନମୁତାବକ ଜିନିଷ ପାଇଁ ଅଳି କରିଥାନ୍ତି। କେତେ ବେଳେ ପୁଅର ଦାମୀ ମୋବାଇଲ ତ କେତେ ବେଳେ ଝିଅର ନୂଆ ଡ୍ରେସ। ସବୁ ଅଳି ଅର୍ଦ୍ଦଳିକୁ ନିଜ ସାମର୍ଥ୍ୟ ଅନୁଯାଇ ପୂରଣ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ପିତା ମାତା। କିନ୍ତୁ ବେଳେ ବେଳେ ପିଲାମାନଙ୍କର ଏମିତି କିଛି ଅଳି ପୂରଣ କରିବାରେ ଅସମର୍ଥ ହୋଇପଡନ୍ତି ପିତା ମାତା ଏବଂ ପୁଅ ଝିଅଙ୍କ ରୋଷର ଶିକାର। କେତେବେଳେ ନିଜର ମନମୁତାବକ ଜିନିଷ ନମିଳିଲେ ରାଗରେ କିଛିଜିନିଷ ଭଙ୍ଗାରୁଜା ମଧ୍ୟକରି ଦିଅନ୍ତି। କିନ୍ତୁ କେବେ ଶୁଣିନଥିବେ ବାପା ଜାଗୁଆର ବଦଳରେ ବିଏମଡବ୍ଲୁ ଦେବାରୁ ରାଗରେ ପୁଅ ବିଏମଡବ୍ଲୁକୁ ନଦୀରେ ଭସାଇଦେବା। ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ହରିଆନାର ଯମୁନାନଗରେ। ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ଏକ ଜାଗୁଆର କାର ମାଗିଥିଲେ କିନ୍ତୁ ବାପା ବିଏମଡବ୍ଲୁ କାର ଦେଇଥିଲେ। ବାସ ଏହାପରେ ପୁଅର ରାଗ ପଞ୍ଚମରେ ପହଞ୍ଚିଯାଇଥିଲା। ବିଏମଡବ୍ଲୁକୁ ନେଇ ନଦୀକୁ ଠେଲିଦେଇଥିଲେ। କାରଟି ନଦୀ ମଧ୍ୟରେ ଏକ ଘାସୁଆ ସ୍ଥାନରେ ଅଟକିରହିଥିଲା।
Popular Categories



